ମୌସୁମୀର ଲୁଚକାଳି

ଓଡିଶା ଛୁଇଁବା ନେଇ ଆକଳନ କରିପାରୁନି ଆଇଏମ୍ଡି
ଭୁବନେଶ୍ୱର,୧୦ା୬(ବୁ୍ୟରୋ): ଦୀର୍ଘ ସପ୍ତାହେ ବ୍ୟାପୀ ଲୁଚକାଳି ପରେ ଯଦିଓ ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି ତେବେ ଓଡିଶାକୁ କେବେ ଆସିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଆସନ୍ତା ୧୫ ତାରିଖ କିମ୍ବା ତା ପରେ ମୌସୁମୀ ବାୟୁ ଓଡିଶା ଛୁଇଁପାରେ ବୋଲି ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି, ସାଧାରଣତଃ ସାଧାରଣତଃ ଜୁନ୍ ପହିଲା ସୁଦ୍ଧା ଦକ୍ଷିଣ ପଶ୍ଚିମ ମୋସୁମୀ ବାୟୁ କେରଳ ଛୁଇଁଥାଏ । ଏହାର ୧୦ ଦିନ ପରେ ଓଡିଶାକୁ ପ୍ରବେଶ କରିଥାଏ । ହେଲେ ଚଳିତ ବର୍ଷ କେରଳକୁ ପ୍ରବେଶ କରିବାରେ ସପ୍ତାହେ ବିଳମ୍ବ ଘଟିଛି । ଏହାକୁ ଦୃଷ୍ଟିରେ ରଖି ମୌସୁମୀ ବାୟୁ ଓଡିଶା ପ୍ରବେଶ କରିବାକୁ ଆହୁରି ୮ରୁ ୧୦ ଦିନ ଲାଗିଯାଇପାରେ । ତେବେ ଜୁନ୍ ୧୫ ତାରିଖ କିମ୍ବା ତା ପରେ ଓଡିଶାରେ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବନୁମାନ କରିଛନ୍ତି । ସେ ଅହୁରୀ କହିଛନ୍ତି ଯେ, ପ୍ରତିବର୍ଷ ଜୁନ୍ ମାସରେ ମୌସୁମୀ ଅସିଥାଏ । ଏଥିପାଇଁ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥାଏ । ଏହି କାରଣକୁ ଅଧିକ ଗୁଳୁଗୁଳି ଅନୁଭୂତ ହୋଇଥାଏ । ଚଳିତ ବର୍ଷ ଅଧିକ ଗୁଳୁଗୁଳି ହେବା କିଛି ନୂଆ କଥା ନୁହେଁ ପ୍ରତ୍ୟେକ ବର୍ଷ ଏଭଳି ହୋଇଥାଏ । ମୌସୁମୀ ଆସିବା ପରେ ତାପମାତ୍ରାରେ ପରିବର୍ତ୍ତନ ହୋଇଥାଏ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଗତବର୍ଷ ମୌସୁମୀ ଜୁନ୍ ୧୬ ତାରିଖ ଦିନ ଓଡିଶା ପ୍ରବେଶ ୫ ଦିନ ଭିତରେ ଅର୍ଥାତ୍ ଜୁନ୍ ୨୦ ସୁଦ୍ଧା ସମଗ୍ର ରାଜ୍ୟକୁ ଛୁଇଁଥିଲା । ନିକଟ ଅତୀତରେ ମୌସୁମୀ ପ୍ରବେଶରେ ସବୁଠୁ ବେଶୀ ବିଳମ୍ବ ହୋଇଥିଲା ୨୦୧୯ରେ । ସେହିବର୍ଷ ଜୁନ୍ ୨୧ରେ ରାଜ୍ୟକୁ ପ୍ରବେଶ କରିଥିଲା ମୌସୁମୀ । କେନ୍ଦ୍ର ସରକାରଙ୍କ ପୂର୍ବତନ ଭୂବିଜ୍ଞାନୀ ସଚିବ ମାଧବନ୍ ରାଜୀବନ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ଯେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଅନୁକୂଳ ପରିବେଶ ସୃଷ୍ଟି ହେବା ସମ୍ଭାବନା ନ ଥିବା ଦୃଷ୍ଟିରୁ ମଧ୍ୟଭାରତର ପୂର୍ବ ଭାଗରେ ୭-୧୦ ଦିନ ଭିତରେ ମୌସୁମୀ ପ୍ରବେଶ ସମ୍ଭାବନା ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *