ବାହାନଗା ଦୁର୍ଘଟଣା
ଚିହ୍ନଟ ହୋଇପାରୁନି ୮୧ ଶବ
ଭୁବନେଶ୍ୱର, ୧ଠା୬ (ବୁ୍ୟରୋ): ବାହାନଗା ଟି୍ରପଲ୍ ଟ୍ରେନ୍ ଟ୍ରାଜେଡିର ୮ ଦିନ ପରେ ମଧ୍ୟ ୮୧ ମୃତଦେହ ଚିହ୍ନଟ କରାଯାଇପାରିନାହିଁ । ଗୋଟିଏ ଗୋଟିଏ ଶବ ପାଇଁ ଏକାଧିକ ବ୍ୟକ୍ତି ଦାବି କରୁଛନ୍ତି । ସମ୍ପର୍କୀୟମାନେ ଡିଏନ୍ଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ।
ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ । କିଛି ଶବ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯିବା ପରେ ବାଲେଶ୍ୱରରେ ଶବ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଭୁବନେଶ୍ୱରକୁ ୧୬୨ ଶବ ଅଣା ଯାଇଥିଲା । ସେଥିରୁ ୮୧ ଶବ ଇତିମଧ୍ୟରେ ହସ୍ତାନ୍ତର କରାଯାଇଛି । ଆଉ ୮୧ ଏ ପର୍ଯ୍ୟନ୍ତ ଏମ୍ସ ହସ୍ପିଟାଲ୍ରେ ଶବ ପଡ଼ିରହିଛି । ପରିଚୟ ମିଳୁନଥିବାରୁ ଗତ ୪୮ ଘଣ୍ଟା ଭିତରେ ଏଥିରୁ କୌଣସି ମୃତଦେହ ହସ୍ତାନ୍ତର କରାଯାଇନାହିଁ । ଶବ ଦାବି କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୭ଠଜଣଙ୍କ ରକ୍ତ ନମୁନା ଡିଏନ୍ଏ ଟେଷ୍ଟ ପାଇଁ ସଂଗ୍ରହ କରାଯାଇଛି । ଦାବିଦାର ନ ମିଳିଲେ ୫ ଦିନ ପରେ ମୃତଦେହଗୁଡ଼ିକର ସଂସ୍କାର କରିଦିଆଯିବ ବୋଲି ଏମ୍ସର ଅତିରିକ୍ତ ସୁପରିଟେଣ୍ଟେଣ୍ଟ ପ୍ରଭାସ ରଞ୍ଜନ ତି୍ରପାଠୀ ସୂଚନା ଦେଇଛନ୍ତି ।