ମୌସୁମୀ ପୂର୍ବୋତ୍ତର ଅଭିମୁଖେ ଅଗ୍ରସର
ନୂଆଦିଲ୍ଲୀ,୯ା୬: ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ପହଞ୍ଚôବା ପରେ ଧୀରେ ଧୀରେ ଆଗକୁ ବଢୁଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି)ର ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ମୌସୁମୀ ଗୁରୁବାର କେରଳ ଓ ପାଶ୍ୱର୍ବର୍ତ୍ତୀ ତାମିଲନାଡୁର କିଛି ଇଲାକାକୁ ପ୍ରବେଶ କରିଥିଲା । ଆସନ୍ତା ୪୮ ଘଣ୍ଟା ଭିତରେ କର୍ଣ୍ଣାଟକ ଓ ତାମିଲନାଡୁର କିଛି ଅଂଶ ଏବଂ କେରଳର ଅବଶିଷ୍ଟ ଇଲାକାକୁ ପ୍ରବେଶ କରିବା ପାଇଁ ଅନୁକୂଳ ପରିବେଶ ରହିଛି ।
ଇତି ମଧ୍ୟରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ତାର ପ୍ରଭାବରେ ମୌସୁମୀ ଆସନ୍ତା ୪୮ ଘଣ୍ଟା ଭିତରେ ପୂର୍ବୋତ୍ତର ରାଜ୍ୟ ଦିଗକୁ ଗତି କରିବ । ଏହି ଲଘୁଚାପ କ୍ଷେତ୍ର ମିଆଁମାର ଉପକୂଳରେ ସୃଷ୍ଟି ହୋଇଛି । ତାହା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ରୂପ ନେଇପାରେ । ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ପରେ ଯାଇ ଏହାର ପ୍ରଭାବ ଓ ଏହା କେଉଁ ଦିଗ ଦେଇ ଗତିକରିବ ସ୍ପଷ୍ଟ ହେବ ବୋଲି ଆଇଏମ୍ଡି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ବର୍ତ୍ତମାନ ରାଜ୍ୟସାରା ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ହେଉଛି । ବିଭିନ୍ନ ସ୍ଥାନରେ ଅପରାହ୍ଣରେ କାଳବୈଶାଖୀ ଝଡ ହେଉଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ଆଇଏମ୍ଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଶୁକ୍ରବାର ଝାରସୁଗୁଡାରେ ତାତି ୪୫.୬ ଡିଗ୍ରୀ ସହ ରେକର୍ଡ କରିଛି । ଏହା ଚଳିତ ଗ୍ରୀଷ୍ମ ଋତୁର ସର୍ବୋଚ୍ଚ ତାପମାତ୍ରା ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଝାରସୁଗୁଡା ପଛକୁ ରହିଛି ସମ୍ବଲପୁର ଯେଉଁଠି ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ କରାଯାଇଛି । ପାଣିପାଗ କେନ୍ଦ୍ର ବୁଲେଟିନ୍ ଅନୁଯାୟୀ, ଶୁକ୍ରବାର ସୋନପୁରରେ ୪୪.୮, ହୀରାକୁଦରେ ୪୪.୭, ବୌଦ୍ଧରେ ୪୪.୬, ବଲାଙ୍ଗୀରରେ ୪୪, ସୁନ୍ଦରଗଡରେ ୪୩.୮, ରାଉରକେଲା ଓ ଭବାନୀପାଟଣାରେ ୪୩.୬, ଟିଟିଲାଗଡରେ ୪୩.୫, ତାଳଚେରରେ ୪୩.୨, ଅନୁଗୁଳରେ ୪୨.୭, ବାରିପଦା ଓ ଦେବଗଡରେ ୪୨.୪, ନୂଆପଡାରେ ୪୨, କେନ୍ଦୁଝରରେ ୪୧.୨, ଜଗତସିଂହପୁର ଓ ଢେଙ୍କାନାଳରେ ୪୧, କଟକରେ ୪୦.୪, କେନ୍ଦ୍ରାପଡାରେ ୪୦.୨ ଓ ଫୁଲବାଣୀରେ ୪୦ ଡିଗ୍ରୀ ପର୍ଯ୍ୟନ୍ତ ଯାଇଛି ପାରଦ । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ଥିଲା ୩୮.୨ ଡିଗ୍ରୀ ।