୧ଠ କୋଟିରୁ ଅଧିକ ଲୋକ ମଧୁମେହର ଶିକାର
ନୂଆଦିଲ୍ଲୀ, ୯ା୬: ଭାରତର ୧୧.୪% ଲୋକ (୧୦ କୋଟିରୁ ଅଧିକ) ମଧୁମେହ ରୋଗରେ ଏବଂ ୩୫.୫% ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପରେ ପୀଡିତ । ସେହିପରି ୧୫.୫% ଲୋକ ମଧୁମେହ ରୋଗରେ ପୀଡିତ ହେବାର ପୂର୍ବାବସ୍ଥାରେ ଅଛନ୍ତି । ଲାନ୍ସେଟ୍ ପତ୍ରିକାରେ ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ଉପରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି ।
ମଧୁମେହ ଓ ଅଣସଂକ୍ରାମକ ରୋଗ ଉପରେ ହୋଇଥିବା ସବୁଠାରୁ ବଡ ଏହି ରିସର୍ଚ୍ଚ ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୨୧ରେ ଦେଶରେ ୧୦ କୋଟି ୧୦ଲକ୍ଷ ଲୋକ ମଧୁମେହର ଓ ୩୧କୋଟି ୫୦ ଲକ୍ଷ ଲୋକ ଉଚ୍ଚ ରକ୍ତଚାପର ଶିକାର ହୋଇଥିଲେ । ୨୦୧୭ରେ ଭାରତର ପ୍ରାୟ ୭.୫% ଲୋକଙ୍କର ମଧୁମେହ ସମସ୍ୟା ଥିଲା । ତେଣୁ ଗତ ୬ ବର୍ଷ ଭିତରେ ମଧୁମେହ ରୋଗୀ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ହୋଇଛି ।
ସର୍ବାଧିକ ମଧୁମେହ ରୋଗୀ (୨୬.୪%) ଗୋଆରେ, ସର୍ବନିମ୍ନ ୟୁପିରେ (୪.୮%) ଅଛନ୍ତି । ଉକ୍ତ ରକ୍ତଚାପ ରୋଗୀସଂଖ୍ୟା ପଞ୍ଜାବରେ ସବୁଠୁ ବେଶୀ (୫୧.୮%) ।
ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଏବେ ୨୮.୬ ପ୍ରତିଶତ ଲୋକ ମେଦବହୁଳତାର ଶିକାର ହୋଇଛନ୍ତି ।