ପରିବାରକୁ ବିଷ ଦେଲା ନବବଧୂ

ଢେଙ୍କାନାଳ, ୯ା୬(ଆପ୍ର):ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ରାସୋଳ ବ୍ରାହ୍ମଣ ସାହିରେ ନବବଧୂର କଳାକାରନାମା ନେଇ ସବୁଠାରେ ଚର୍ଚ୍ଚା ଚାଲିଛି । ଶାଶୁଘର ପରିବାରକୁ ସମୂଳେ ନାଶ କରିବା ପାଇଁ ଯୋଜନା ବଦ୍ଧ ଭାବରେ ଖାଦ୍ୟରେ ବିଷ ପ୍ରୟୋଗ କରିଥିବାବେଳେ ଖାଦ୍ୟ ଖାଇ ଶାଶୁ ମୃତୁ୍ୟ ବରଣ କରିଥିବା ବେଳେ ଶ୍ୱଶ୍ୱର ଏବଂ ସ୍ୱାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ରାସୋଳ ବ୍ରାହ୍ମଣ ସାହିର ଜୟନ୍ତ ସର ଗତ ତିନି ମାସ ତଳେ ତୃପ୍ତିମୟୀ ସରଙ୍କୁ ବୈଦିକ ରିତୀରେ ବିବାହ କରିଥିଲେ । କିନ୍ତୁ ପାରିବାରିକ କଳହକୁ ନେଇ ନବବଧୂ ତୃପ୍ତିମୟୀ ଶାଶୁ ଘର ଲୋକଙ୍କ ଉପରେ ପ୍ରତି ହିଂସା ପରାୟଣ ହୋଇପଡ଼ିଥିଲା । ଗୁରୁବାର ଦିନ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ପରିବାରକୁ ଶେଷ କରିଦେବା ପାଇଁ ଖାଦ୍ୟରେ ବିଷ ପ୍ରାୟୋଗ କରିଥିଲା । ସେହି ଖାଦ୍ୟକୁ ଶାଶୁ ସୁଲୋଚନା ସର ଓ ସ୍ୱାମୀ ଜୟନ୍ତ ଖାଇଥିବା ବେଳେ କୌଣସି କାରଣରୁ ଶ୍ୱଶୁର ଖାଦ୍ୟକୁ ଛୁଇଁ ନଥିଲେ । କିଛି ସମୟରେ ଶାଶୁ ଓ ସ୍ୱାମୀ ବାନ୍ତି କରିବା ସହିତ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଶ୍ୱଶୁର ହିନେ୍ଦାଳ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଶାଶୁ ସୁଲୋଚନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ସ୍ୱାମୀ ଜୟନ୍ତ ଗୁରୁତର ହୋଇ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ଏହିଘଟଣାକୁ ନେଇ ଶ୍ୱଶୁର ଥାନାକୁ ଜଣାଇବା ପରେ ପୁଲିସ ରାତାରାତି ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣାର ଖୋଳତାଡ଼ କରିଥିଲେ । ଏହି ଘଟଣାକୁ ନେଇ ନବବଧୂ ତୃପ୍ତିମୟୀକୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି । ଏହି ଘଟଣାକୁନେଇ ବିଭିନ୍ନ ଆଲୋଚନା ହେଉଥିବା ବେଳେ ତୃପ୍ତିମୟୀଙ୍କର ଅନ୍ୟ କାହା ସହିତ ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଯୋଜନା କରିଥିବାର ଶୁଣାଯାଉଛି । ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *