ରଜ ପରେ ଭିଜିବ ରାଜ୍ୟ

ଭୁବନେଶ୍ୱର,୮ା୬(ବୁ୍ୟରୋ): ସପ୍ତାହବ୍ୟାପୀ ଲୁଚକାଳି ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶେଷରେ ଗୁରୁବାର କେରଳ ଛୁଇଁଛି । ମୌସୁମୀ କେରଳ ଛୁଇଁବା ପରେ ସେଠାରେ ପାଗରେ ତକ୍ରାଳ ପରିବର୍ତ୍ତନ ଦେଖାଦେଇଛି । ଗତ ୨୪ ଘଣ୍ଟାରେ କେରଳ ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗର ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ମିଳିଛି । ଆସନ୍ତା ୨ ଦିନ ମଧ୍ୟରେ ବଙ୍ଗୋପସାଗର, ଆରବ ସାଗରର ଅଧିକ ଅଞ୍ଚଳକୁ ବ୍ୟାପିବା ପରେ । ମୌସୁମୀ ବାୟୁ ସମଗ୍ର କେରଳ ଓ ତାମିଲନାଡୁ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତରେ ବିସ୍ତାରିତ ହେବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତରପୂର୍ବ ଭାରତରେ ମଧ୍ୟ ପ୍ରବେଶ କରିବ ଏବଂ ପରେ ପରେ କେନ୍ଦ୍ରୀୟ ଭାରତ ଆଡ଼କୁ ଅଗ୍ରସର ହେବ ।
ଗତ ୨୭ ବର୍ଷ ଭିତରେ ୪ ଥର ମୌସୁମୀର ପ୍ରବେଶରେ ୭ ଦିନ ବିଳମ୍ବ ଘଟିଛି । ସେହି ବର୍ଷଗୁଡିକ ହେଲା- ୨୦୧୯ (ଜୁନ୍ ୮), ୧୯୯୭ ଓ ୨୦୦୨ (ଜୁନ୍ ୯) ଓ ୨୦୧୩ (ଜୁନ୍ ୧୩) ।
ସାଧାରଣତଃ ପ୍ରତି ବର୍ଷ ଜୁନ୍ ପହିଲା ସୁଦ୍ଧା ଦକ୍ଷିଣ ପଶ୍ଚିମ ମୋସୁମୀ ବାୟୁ କେରଳ ଛୁଇଁଥାଏ । ଏହାର ୧୦ ଦିନ ପରେ ଓଡିଶାକୁ ପ୍ରବେଶ କରିଥାଏ । ହେଲେ ଚଳିତ ବର୍ଷ କେରଳକୁ ପ୍ରବେଶ କରିବାରେ ସପ୍ତାହେ ବିଳମ୍ବ ଘଟିଛି । ଏହାକୁ ଦୃଷ୍ଟିରେ ରଖି ମୌସୁମୀ ବାୟୁ ଓଡିଶା ପ୍ରବେଶ କରିବାକୁ ଆହୁରି ୧୦ରୁ ୧୨ ଦିନ ଲାଗିଯାଇପାରେ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ନିଦେ୍ର୍ଦଶକ ମୃତ୍ୟଞ୍ଜୟ ମହାପାତ୍ର କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଲା । କେରଳକୁ ସପ୍ତାହେ ବିଳମ୍ବରେ ଅସିଥିବାରୁ ଓଡିଶାରେ ମଧ୍ୟ ମୌସୁମୀ ପ୍ରବେଶ ବିଳମ୍ବ ହେବ । ତେବେ ଓଡିଶାକୁ କେବେ ମୌସୁମୀ ଛୁଇଁବ ତାହା ବର୍ତ୍ତମାନ ନିର୍ଦ୍ଦିଷ୍ଟ ଭାବରେ କୌଣସି ଆକଳନ କରାଯାଇପାରିନାହିଁ । ତେବେ ଚଳିତ ବର୍ଷ ରଜ ପରେ ଅର୍ଥାତ ୧୬ ତାରିଖ ପରେ ମୌସୁମୀ ଓଡିଶା ଛୁଇଁପାରେ ।
ଆଇଏମ୍ଡିର ବରିଷ୍ଠ ବୈଜ୍ଞାନିକ ଆର୍କେ ଜେନାମଣି କହିଛନ୍ତି, ଏଥର ମୌସୁମୀ ଖୁବ୍ ଧୁମ୍ଧଡାକ୍ ସହ କେରଳ ପହଞ୍ଚôଛି । ଏହା ଅଳ୍ପ କେତେଘଣ୍ଟା ଭିତରେ ତାମିଲନାଡୁ ଓ କର୍ଣ୍ଣାଟକରେ ପ୍ରବେଶ କରିଛି । ପବନର ବେଗ ଓ ପରିବେଶ ଅନୁକୂଳ ଥିବାରୁ ବହୁ ଦ୍ରୁତ ବେଗରେ ମୌସୁମୀ ଦକ୍ଷିଣରୁ ଉତ୍ତର ଅଭିମୁଖେ ଗତି କରିବ । ଗୁରୁବାର ସନ୍ଧ୍ୟା ସୁଦ୍ଧା ମୌସୁମୀ ବାଦଲ କେରଳ ୯୫ ପ୍ରତିଶତ ଇଲାକା ଉପରେ ଛାଇଯାଇଛି ।
ଆମେରିକୀୟ ଟିଭି ଚ୍ୟାନେଲ୍ ‘ଦ ୱେଦର ଚାନେଲ୍’ ଆକଳନ ଅନୁଯାୟୀ, ୧୧ ତାରିଖ ସୁଦ୍ଧା ମୌସୁମୀ ବାଦଲ ଓଡିଶା ଓ ପଶ୍ଚିମବଙ୍ଗ ସମେତ ସମଗ୍ର ପୂର୍ବଭାରତରେ ପହଞ୍ଚôଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *