ଭଙ୍ଗାଯିବ ବାହାନଗା ସ୍କୁଲ୍ ଘର

ସ୍କୁଲ୍ ଯିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ
ବାଲେଶ୍ୱର, ୮ା୬(ଆପ୍ର): ବାହାନଗା ଟ୍ରେନ୍ ଦୁର୍ଘଟଣା ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହ ରଖା ଯାଇଥିବା ସ୍କୁଲକୁ ଯିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ । ଏହି କାରଣରୁ ସ୍କୁଲର ସମ୍ପୃକ୍ତ କୋଠରୀ ଭଙ୍ଗା ଯାଇପାରେ । ହାଇସ୍କୁଲ୍ ପରିଦର୍ଶନ ପରେ ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଦ । ସେ କହିଛନ୍ତି, ବିଦ୍ୟାଳୟ ପରି·ଳନା କମିଟି ·ହିଁଲେ ମୃତଦେହ ରଖାଯାଇଥିବା ଘରକୁ ଭଙ୍ଗାଯିବ । ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତଦେହ ଘଟଣା ଦିନ ବାହାନଗା ସ୍କୁଲରେ ରଖାଯାଇଥିଲା । ସ୍କୁଲରେ ଶତାଧିକ ଶବ ରଖାଯାଇଥିବାରୁ ଓ ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ରହିଥିବା ଜଣାପଡ଼ିବା ପରେ ଏବେ ସେ ଦିଗରେ ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର ଓ ଜିଲ୍ଲା ପ୍ରଶାସନ । ସ୍କୁଲ ପରି·ଳନା କମିଟି ସ୍କୁଲ ଘରକୁ ଭାଙ୍ଗି ଦେବାକୁ ·ହୁଁଥିବାରୁ ଜିଲ୍ଲା ପ୍ରଶାସନ ଏ ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରିବ । ଜିଲ୍ଲାପାଳ କହିଛନ୍ତି, ଏହି ସ୍କୁଲର କିଛି ପୁରୁଣାଘରକୁ ଆମେ ଅସ୍ଥାୟୀ ଶବାଗାର ଭାବେ ବ୍ୟବହାର କରିଥିଲୁ । ତେଣୁ ପିଲାମାନଙ୍କ ମଧ୍ୟରେ ଟିକେ ଭୟ ରହିଛି ବୋଲି ସ୍କୁଲ ପରି·ଳନା କମିଟି ପକ୍ଷରୁ କୁହାଯାଇଛି । ସେମାନଙ୍କ କହିବା କଥା ସ୍କୁଲ ଘରଟି ପୁରୁଣା ହୋଇଗଲାଣି । ଏହା ବନ୍ୟା ଓ ବାତ୍ୟା ଅଞ୍ଚଳ ହୋଇଥିବା ବେଳେ ତା’ ଉପରେ ଆଜବେଷ୍ଟସ ପଡ଼ିଛି । ତେଣୁ ମୁଁ ସେମାନଙ୍କୁ ଅନୁରୋଧ କରିଛି ଯେ ସ୍କୁଲ ଘର ଭାଙ୍ଗିବା ପାଇଁ ଯଦି ସ୍କୁଲ ପରି·ଳନା କମିଟି ତା’ର ଦାବିକୁ ରିଜୋଲ୍ୟୁସନ ଆକାରରେ ଆମକୁ ଦେବ, ତା’ହେଲେ ଆମେ ସରକାରଙ୍କୁ ଜଣାଇବୁ । ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଆମେ ପଦକ୍ଷେପ ଗ୍ରହଣ କରିବୁ । ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ମଧ୍ୟ ଉକ୍ତ ସ୍କୁଲ ଘରକୁ ଭାଙ୍ଗିବାକୁ ରାଜି ।
ସ୍କୁଲ ପରି·ଳନା କମିଟି ସଦସ୍ୟ ରାଜାରାମ ମହାପାତ୍ର କହିଛନ୍ତି, ଆମେ ସଂପୂର୍ଣ୍ଣ ସ୍କୁଲ ଘରକୁ ଭାଙ୍ଗି ଦେବାକୁ ଅନୁରୋଧ କରିଛୁ । ଏହାକୁ ଭାଙ୍ଗି ଦେଲେ ବି କୌଣସି ସମସ୍ୟା ହେବ ନାହିଁ । କାରଣ “ମୋ ସ୍କୁଲ’ ଯୋଜନାରେ ନୂଆ କୋଠା ତିଆରି ଚାଲିଛି । ଶ୍ରେଣୀ ଗୃହ କାର୍ଯ୍ୟ ଶେଷ ହୋଇଯାଇଛି । ସେଠାରେ ଲମ୍ବା ହଲ୍ ମଧ୍ୟ ଅଛି । ତେଣୁ ପିଲାଙ୍କ ପାଠପଢାରେ କିଛି ଅସୁବିଧା ହେବ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *