ପ୍ରେମିକାକୁ କାଟି ସିଝାଇଲା

ମୁମ୍ବାଇ, ୮ା୬: ଦିଲ୍ଲୀର ଶ୍ରଦ୍ଧା ୱାକର୍ ହତ୍ୟାକାଣ୍ଡ ଠାରୁ ଆହୁରି ବୀଭତ୍ସ ତଥା ଭୟଙ୍କର ହତ୍ୟାକାଣ୍ଡ ଘଟିଛି ବ୍ୟବସାୟିକ ରାଜଧାନୀ ମୁମ୍ବାଇରେ । ଜଣେ ବୟସ୍କ ବ୍ୟକ୍ତି ଦୀର୍ଘ ବର୍ଷ ଧରି ଲିଭ୍ ଇନ୍ ରିଲେସନ୍ରେ ଥିବା ଜଣେ ୩୬ ବର୍ଷିୟା ଯୁବତୀଙ୍କୁ କରତରେ ଖଣ୍ଡ ଖଣ୍ଡ କରି କାଟିବା ସହିତ କୁକରରେ ସିଝାଇବା ପରେ କୁକୁରକୁ ଦେଇଥିବା ଜଣାପଡ଼ିଛି । କିଛି ଅଂଶ ଏକ ବାଲଟିରେ ରଖାଯାଇଥିବା ଅବସ୍ଥାରେ ଜବତ କରାଯାଇଛି । ଅଭିଯୁକ୍ତ ମନୋଜ ସାନେ (୫୬)କୁ ପୁଲିସ ଗିରଫ କରି ଥାନେ କୋର୍ଟରେ ହାଜର କରାଇଥିଲା । କୋର୍ଟଙ୍କ ନିଦେ୍ର୍ଦଶରେ ତାକୁ ଜୁନ ୧୬ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି ।  ମୁମ୍ବାଇର ମୀରା ରୋଡ୍ରେ ଗୀତା ହାଉସିଂ ସୋସାଇଟ୍ର ୭୦୪ ନମ୍ବର ଫ୍ଲାଟ୍ରେ ଭଡାରେ ରହୁଥିଲେ ମନୋଜ ଓ ସରସ୍ୱତୀ ବୈଦ୍ୟ । ପ୍ରାୟ ୪ ବର୍ଷ ହେଲା ଦୁହେଁ ଲିଭ୍ ଇନ୍ ରିଲେସନ୍ରେ ରହୁଥିଲେ । ମନୋଜର ବୋରିୱାଲିରେ ଛୋଟ ଦୋକନ ଅଛି । ପ୍ରାୟ ୪ ଦିନ ପୂର୍ବେ ମନୋଜ ସରସ୍ୱତୀଙ୍କୁ କରତରେ କାଟି ଖଣ୍ଡ ଖଣ୍ଡ କରି ସିଝାଇ ଥିଲା । ଖଣ୍ଡ ବିଖଣ୍ଡିତ ଅଂଶଗୁଡ଼ିକୁ ନଷ୍ଟ କରିବା ଲାଗି ଉଦ୍ୟମ କରିଥିଲା । ସିଝା ମାଂସରୁ କିଚି କୁକୁରକୁ ଦେଇଥିବା ମନୋଜ ସ୍ୱୀକାର କରିଛି । ତେବେ ଶବକୁ ନଷ୍ଟ କରିବାରେ ବିଫଳ ହୋଇଥିଲା ମନୋଜ । ସେମାନେ ରହୁଥିବା ଫ୍ଲାଟ୍ରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀମାନେ ସନେ୍ଦହ କରି ବୁଧବାର ନୟନା ନଗର ଥାନାକୁ ଜଣାଇବା ପରେ ଘଟଣା ଲୋକ ଲୋଚନକୁ ଆସିଥିଲା । ପୁଲିସ ମନୋଜ ରହୁଥିବା ଘର ଯାଞ୍ଚ କରି ଖଣ୍ଡବିଖଣ୍ଡ ଅଂଶ ଜବତ କରିଥିଲା । ପୁଲିସ ଡେପୁଟି କମିସନର୍ ଜୟନ୍ତ ବାଜବାଲେ କହିଛନ୍ତି, କୌଣସି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହେବାରୁ ମନୋଜ ହତ୍ୟାକାଣ୍ଡ ଘଟାଇଛି ।  ଏକ ରାସନ ଦୋକାନରୁ ଉଭୟଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା । ମନୋଜ ବାହା ହୋଇ ନ ଥିବା ବେଳେ ସରସ୍ୱତୀ ଅନାଥ ଥିଲେ । ବୋରିଭାଲିରେ ମନୋଜର ଏକ ଘର ଅଛି ଓ ସେଠାରେ ତା’ ପରିବାର ରହୁଛନ୍ତି । କିନ୍ତୁ ମନୋଜ ଗୀତା ହାଉସିଂ ଫ୍ଲାଟ୍ରେ ସରସ୍ୱତୀଙ୍କ ସହିତ ରହୁଥିଲା । ମନୋଜର ରାସନ ଦୋକାନ ମେ’ ୨୯ରୁ ବନ୍ଦ ରହିଛି । ପୁଲିସ ହତ୍ୟାର କାରଣ ଜାଣିବା ଲାଗି ମନୋଜକୁ ଜେରା କରୁଛି । ଏହି ମାମଲାରେ ଆଉ ଦୁଇ ସନ୍ଦିଗ୍ଧଙ୍କୁ ପୁଲିସ ପଚରା ଉଚରା କରୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *