ଯୁକ୍ତ ଦୁଇ କଳାରେ ୭୮.୮୮% ପାସ୍
ଭୁବନେଶ୍ୱର,୮ା୬(ବୁ୍ୟରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରି·ଳିତ ବାର୍ଷିକ ଯୁକ୍ତ ୨ କଳା ସ୍ରୋତର ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି । କଳା ସ୍ରୋତରେ ପାସ୍ ହାର ୮୭.୮୮ ପ୍ରତିଶତ ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାର ପାସ୍ ହାର ସର୍ବାଧିକ ।
ଚଳିତ ବର୍ଷ ରାଜ୍ୟରେ କଳା ସ୍ରୋତରେ ୨ ଲକ୍ଷ ୩୦ ହଜାର ୫୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ଏକ ଲକ୍ଷ ୮୧ ହଜାର ୮୬୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୩୨, ୭୮୨ ଜଣ, ଦ୍ୱିତୀୟ ଶ୍ରେଣୀରେ ୩୨,୪୬୧ ଜଣ, ତୃତୀୟ ଶ୍ରେଣୀରେ ଏକ ଲକ୍ଷ ୧୬,୧୭୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୯୦ ପ୍ରତିଶତରୁ ଊଦ୍ଧ୍ୱର୍ ମାର୍କ ରଖିଛନ୍ତି ମାତ୍ର ୨୪ ଜଣ । ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୪.୯୭ ପ୍ରତିଶତ ହୋଇଛି ।
ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫୭୨୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୮୬୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୮୪୩ ଜଣ ପ୍ରଥମ ଶ୍ରେଣୀରେ, ୧୭୫୧ ଦ୍ୱିତୀୟ ଶ୍ରେଣୀରେ ଏବଂ ୧୧୧୫ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୯.୪୩% ରହିଛି । ପରୀକ୍ଷାର୍ଥୀମାନେ ସାମ୍ସ ଇ-ସ୍ପେସ୍ରୁ ପରୀକ୍ଷା ଫଳ ଜାଣିପାରିବେ ଏବଂ ହେଲପ୍ଲାଇନ୍ ନଂ-୦୬୭୪୨୩୦୦୯୧୪ରୁ ମଧ୍ୟ ସୂଚନା ପାଇପାରିବେ । ୱେବ୍ସାଇଟ୍ରୁ ମାର୍କସିଟ୍ ଡାଉନ୍ଲୋଡ୍ କରିହେବ ।
ଗୁରୁବାର ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ କଳା ସ୍ରୋତର ପରୀକ୍ଷାଫଳ ଘୋଷଣା କରିଥିଲେ । ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥୀ ଏସ୍ ପରୀକ୍ଷାର ଉପଯୁକ୍ତ ପରି·ଳନା ଏବଂ ଉଚିତ ସମୟ ମଧ୍ୟରେ ଫଳ ପ୍ରକାଶ ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ମକର୍ତ୍ତା ଓ କର୍ମ·ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି କୃତୀ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।