ବଢ଼ିଲା ଏମ୍ଏସ୍ପି
ଚାଷୀଙ୍କୁ କେନ୍ଦ୍ରର ଉପହାର
ନୂଆଦିଲ୍ଲୀ, ୭ା୬: ଖରିଫ ଫସଲ ପାଇଁ ବୁଧବାର କେନ୍ଦ୍ର ସରକାର ଧାନ, ବାଦାମ, ସୋୟାବିନ ସମେତ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି । ·ଷୀଙ୍କ ଆୟ ଓ ·ଷର ବିକାଶ ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟରେ ଖରିଫ ଋତୁରେ ହେବାକୁ ଥିବା ଖାଦ୍ୟ ଶସ୍ୟର ଏମ୍ଏସ୍ପି ବୃଦ୍ଧି ପ୍ରସ୍ତାବ ଉପରେ ମୋହର ଲଗାଯାଇଛି । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ସାମ୍ବାଦିକ ସମ୍ମିଳନୀରେ କହିଲେ, ପୂର୍ବବର୍ତ୍ତୀ ଅନେକ ବର୍ଷ ତୁଳନାରେ ଏଥର ଏମ୍ଏସ୍ପି ସବୁଠାରୁ ଅଧିକ ବଢ଼ିଛି । ଏମ୍ଏସ୍ପି ଉତ୍ପାଦନଜନିତ ଖର୍ଚ୍ଚର ଅତି କମ୍ରେ ୫୦ ପ୍ରତିଶତ ଅଧିକ ରଖା ଯାଇଥାଏ । ୨୦୧୮-୧୯ରେ ଦେଶରେ ୨୮୫୦ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଥିଲା । ଗତ ଚାରି ବର୍ଷରେ ତାହା ୩୩୦୦ ଲକ୍ଷ ଟନ୍କୁ ବୃଦ୍ଧି ପାଇଛି । ୨୦୨୩-୨୦୨୪ ଖରିଫ ବର୍ଷ ପାଇଁ ମୁଗ ଡାଲିର ସର୍ବାଧିକ ସମର୍ଥନ ମୂଲ୍ୟ ୧୦.୪%, ବାଦାମରେ ୯%, ସୋୟାବିନରେ ୧୦.୩%, ଧାନରେ ୭%, ବଜ୍ରା, ରାଗି, ହରଡ ଡାଲିରେ ପ୍ରାୟ ୬- ବୃଦ୍ଧି ହୋଇଛି । ଡାଲି, ସୋୟାବିନ୍, ସୂର୍ଯ୍ୟମୁଖୀ ମଞ୍ଜି ଉପରେ ୭% ହାର ବୃଦ୍ଧି କରାଯାଇଛି । ଧାନର ଏମ୍ଏସ୍ପି ପୂର୍ବ ଦରଠାରୁ କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବଢ଼ିଛି । ·ଷୀମାନେ ଏବେ ସାଧାରଣ ଧାନ ପିଛା ୨୧୮୩ ଟଙ୍କା ପାଇବେ ।
ସେହିପରି ଏ-ଗ୍ରେଡ୍ ଧାନର ଏମ୍ଏସ୍ପିି ୨୨୦୩ ଟଙ୍କା ରହିଛି । ୨୦୧୪-୧୫ରେ ସାଧାରଣ ଧାନର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୧୩୬୦ ଟଙ୍କା ବେଳେ ୨୦୨୩-୨୪ରେ ଏହା ୨୧୮୩ରେ ପହଞ୍ଚିଛି ।
ଏହାବାଦ ଯଅ-ହାଇବ୍ରିଡର କ୍ୱିଣ୍ଟାଲ ପିଛା ଦାମ ୨୯୭୦ରୁ ଟଙ୍କାରୁ ବଢି ୩୧୮୦ ଟଙ୍କା ଓ ଯଅ ମାଲଦାଣ୍ଡିର ଦାମ୍ ୨୯୯୦ରୁ ବଢ଼ି ୩୨୨୫ ଟଙ୍କା ହୋଇଛି । ବାଜରାର କ୍ୱିଣ୍ଟାଲ ପିଛା ଦାମ ୨୦୨୨-୨୩ରେ ୨୩୫୦ ଥିବାବେଳେ ଏବେ ୨୫ଠଠ ହୋଇଛି । ମାଣ୍ଡିଆର ଦାମ୍ ୨୦୨୨-୨୩ରେ ୩୫୭୮ ଥିବାବେଳେ ଏବେ ୩୮୪୬ ଟଙ୍କା । ମକାର ଦାମ୍ ୨୦୨୨-୨୩ରେ ୧୯୬୨ ଥିବାବେଳେ ଏବେ ୨୦୯୦ ଟଙ୍କା । ଚଣା ଓ ହରଡ଼ ଡାଲିର ଦାମ୍ ୨୦୨୨-୨୩ରେ ୬୬୦୦ ଟଙ୍କା ଥିବା ବେଳେ ଏବେ ୭ ହଜାର ଟଙ୍କା । ମୁଗ ଡାଲିର ଦାମ୍ ୨୦୨୨-୨୩ରେ ୭୭୫୫ ଟଙ୍କା ଥିବାବେଳେ ଏବେ ୮୫୫୮ ଟଙ୍କା । ବିରି ଡାଲିର ଦାମ୍ ୨୦୨୨-୨୩ରେ ୬୬୦୦ ଟଙ୍କା ଥିବା ବେଳେ ଏବେ ୬୯୫୦ ଟଙ୍କା । ବାଦାମର କ୍ୱିଣ୍ଟାଲ ପିଛା ଦାମ୍ ୨୦୨୨-୨୩ରେ ୫୮୫୦ ଟଙ୍କା ଥିବାବେଳେ ଏବେ ୬୩୭୭ ଟଙ୍କା । ସୂର୍ଯ୍ୟମୁଖୀ ମଞ୍ଜିର ଦାମ୍ କ୍ୱିଣ୍ଟାଲ ପିଛା ୨୦୨୨-୨୩ରେ ୬୪୦୦ ଟଙ୍କା ଥିବା ବେଳେ ଏବେ ୬୭୬୦ ଟଙ୍କା । ସୋୟାବିନ(ୟେଲୋ)ର ଦାମ୍ ୨୦୨୨-୨୩ରେ ୪୩୦୦ ଟଙ୍କା ଥିବାବେଳେ ଏବେ ୪୬୦୦ ଟଙ୍କା । ରାଶି ଦାମ୍ ୨୦୨୨-୨୩ରେ ୭୮୩୦ ଟଙ୍କା ଥିବାବେଳେ ଏବେ ୮୬୩୫ ଟଙ୍କା । ପେସୀର ଦାମ ୨୦୨୨-୨୩ରେ ୭୨୮୭ ଟଙ୍କା ଥିବାବେଳେ ଏବେ ୭୭୩୪ ଟଙ୍କା । କଟନ (ମିଡିୟମ)ର କ୍ୱିଣ୍ଟାଲ ପିଛା ଦାମ ୨୦୨୨-୨୩ରେ ୬୦୮୦ ଟଙ୍କା ଥିବା ବେଳେ ଏବେ ୬୬୨୦ ଟଙ୍କା । କଟନ (ଲଙ୍ଗ)ର ଦାମ୍ ୨୦୨୨-୨୩ରେ ୬୩୮୦ ଟଙ୍କା ଥିବାବେଳେ ଏବେ ୭୦୨୦ ଟଙ୍କା ହୋଇଛି ।