ମା-ପୁଅ ସମେତ ୩ ଜଣଙ୍କୁ ଜାଳିଦେଲେ

ମଣିପୁରରେ ହିଂସା ଜାରି

ଇମ୍ଫାଲ, ୭ା୬: ମଣିପୁର ରାଜଧାନୀ ଇମ୍ଫାଲରେ ମେ’ ୩ରୁ ମୈତେଈ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ହିଂସାକାଣ୍ଡ କମୁନାହିଁ । ଇତିମଧ୍ୟରେ ମୈତେଈ ସମ୍ପ୍ରଦାୟର ପ୍ରାୟ ୨ ହଜାର ଲୋକ ଗୋଟିଏ ଆମ୍ବୁଲାନ୍ସରେ ନିଅାଁ ଲଗାଇ ଦେବାରୁ ସେଥିରେ ଥିବା ମା’-ପୁଅ ସମେତ ତିନିଜଣ ଜିଅନ୍ତା ଜଳି ଯାଇଛନ୍ତି । ପୂର୍ବରୁ ଉପଦ୍ରବକାରୀଙ୍କ ଗୁଳି ମାଡରେ ଆହତ ହେବା ପରେ ତିନିଜଣଙ୍କୁ ଆମ୍ବୁଲାନ୍ସ ହସ୍ପିଟାଲ ନିଆଯାଉଥିବା ବେଳେ ମୈତେଈ ସମ୍ପ୍ରଦାୟର ଲୋକେ ସେମାନଙ୍କୁ ଘେରି ଆକ୍ରମଣ କରିଥିଲେ ।
ଏ ଘଟଣା ରବିବାରର; କିନ୍ତୁ ଏହାର ବିସ୍ତୃତ ବିବରଣୀ ଦୁଇଦିନ ପରେ ସାମ୍ନାକୁ ଆସିଛି । ହସ୍ପିଟାଲ ଅଭିମୁଖୀ ଆମ୍ବୁଲାନ୍ସ ଅଧା ବାଟରେ ପହଞ୍ଚô ଯାଇଥିବା ବେଳେ ପ୍ରାୟ ଦୁଇ ହଜାର ଲୋକ ତାକୁ ଅଟକାଇ ସେଥିରେ ନିଅାଁ ଲଗାଇ ଦେଇଥିଲେ । ଏସ୍ପିଙ୍କ ସାମ୍ନାରେ ଏହି କାଣ୍ଡ ଘଟିଛି ବୋଲି ଆସାମ ରାଇଫଲ୍ ସୂତ୍ରରୁ ଜଣାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭର ଓ ନର୍ସ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ ।
ମିଡିଆ ରିପୋର୍ଟ ଅନୁଯାୟୀ, ଇମ୍ଫାଲ୍ ଠାରୁ ପ୍ରାୟ ୧୫ କିଲୋମିଟର ଦୂର ପଶ୍ଚିମ କାଙ୍ଗଚୁପ ଠାରେ ଥିବା ଆସାମ ରାଇଫଲ୍ସର ଏକ କ୍ୟାମ୍ପରେ ଦଙ୍ଗା ପୀଡ଼ିତ କୁକି ସମ୍ପ୍ରଦାୟର ଅନେକ ପରିବାର ଆଶ୍ରୟ ନେଇଛନ୍ତି । ସେହି କ୍ୟାମ୍ପ୍ ଉପରକୁ ଉପଦ୍ରବକାରୀମାନେ ବିଭିନ୍ନ ସମୟରେ ଗୁଳି ଫୁଟାଉଛନ୍ତି । ମଣିପୁର ହିଂସାରେ ଏ ପର୍ଯ୍ୟନ୍ତ ପ୍ରାୟ ୧୦୦ ଜଣ ପ୍ରାଣ ହରାଇଲେଣି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *