୪୮ ଘଣ୍ଟାରେ କେରଳ ପହଞ୍ଚôବ ମୌସୁମୀ

ଭୁବନେଶ୍ୱର/ନୂଆଦିଲ୍ଲୀ, ୭ା୬: ଦେଶରେ ମୌସୁମୀ ପାଇଁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ବୁଲେଟିନ୍ ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ଭିତରେ ମୌସୁମୀ କେରଳରେ ପ୍ରବେଶ କରିପାରେ ।
ଆଇଏମ୍ଡି ପକ୍ଷରୁ ବୁଧବାର କୁହାଯାଇଛି ଯେ ମୌସୁମୀ ଆଗମନ ପାଇଁ ସ୍ଥିତି ଅନୁକୂଳ ହେବାରେ ଲାଗିଛି । କେରଳ ଉପକୂଳରେ ମେଘ ସମୁହର ଘନତ୍ୱ ବୃଦ୍ଧି ପାଉଛି । ପଶ୍ଚିମ ବାୟୁର ସକ୍ରିୟତା ତଥା ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପ୍ତି ଏହା ସୂ·ଉଛି । ଦକ୍ଷିଣ ଆରବ ସାଗରର ଅନ୍ୟ ଇଲାକାରେ ମଧ୍ୟ ମୌସୁମୀ ବାଦଲ ଜମା ହେବ । ଆସନ୍ତା ୪୮ ଘଣ୍ଟା ଭିତରେ ଲାକ୍ଷାଦ୍ୱୀପ, ବଙ୍ଗୋପ ସାଗରର ଦକ୍ଷିଣ-ପଶ୍ଚିମ, କେନ୍ଦ୍ର ଓ ଉତ୍ତର-ପୂର୍ବ ଇଲାକା ଆଡ଼କୁ ମୌସୁମୀ ଅଗ୍ରଗତି କରିବା ସମ୍ଭାବନା ଅଛି ।
ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’ ଯୋଗୁଁ କେରଳରେ ଦକ୍ଷିଣ ପଶ୍ଚିମ ମୋ÷ସୁମୀ ବାୟୁ ପହଂଚିବାରେ ବିଳମ୍ବ ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଏହି ଘୂର୍ଣ୍ଣିଝଡ଼ ବୁଧବାର ଆହୁରି ଶକ୍ତିଶାଳୀ ହୋଇ ମୁମ୍ବାଇର ୯୯୦ କିମି ଦକ୍ଷିଣ ପଶ୍ଚିମ ଦିଗରେ ରହିଛି ଓ ଏହା ଉତ୍ତର ଦିଗରେ ଗତି କରି ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଯାଇପାରେ ବୋଲି ସିଇସିର ନିଦେ୍ର୍ଦଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ଡକ୍ଟର ସାହୁ କହିଛନ୍ତି ଯେ ଏହି ଘୂର୍ଣ୍ଣିଝଡ଼ ଯୋଗୁଁ ପଶ୍ଚିମା ପବନ ଦ୍ୱାରା ସାଇକ୍ଲୋନିକ ସର୍କୁଲେସନ୍ ଶକ୍ତିଶାଳୀ ହୋଇ ଭାରତର ପଶ୍ଚିମ ଉପକୂଳରେ ବର୍ଷା କରାଇପାରେ । ଏହା ଫଳରେ କର୍ଣ୍ଣାଟକ ଓ କେରଳରେ ବୃଷ୍ଟିପାତ ହୋଇପାରେ ଓ ଦକ୍ଷିଣ ପଶ୍ଚିମ ମୋ÷ସୁମୀ ବାୟୁ କେରଳରେ ଜୁନ ୯ ବା ପରବର୍ତ୍ତୀ କାଳରେ ପ୍ରବେଶ କରିବାର ସମ୍ଭାବନା ଅଛି ।
ଏହି ପରିପ୍ରେକ୍ଷୀରେ ଦକ୍ଷିଣ ପଶ୍ଚିମ ମୋ÷ସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ଜୁନ ୧୭ରୁ ୨୦ ତାରିଖ ମଧ୍ୟରେ ପ୍ରବେଶ କରିପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।
ଏହାଛଡ଼ା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ନିକଟବର୍ତ୍ତୀ ଅଂଚଳରେ ସୃଷ୍ଟ ଏକ ଘୁର୍ଣ୍ଣିବଳୟ ବାଂଲାଦେଶ ଓ ମିଅାଁମାର ଉପୂକଳରେ ଗତି କରିବାର ସମ୍ଭାବନା ଅଛି । ଏଥିଯୋଗୁଁ ଭାରତୀୟ ଭୂଖଣ୍ଡରୁ ବଙ୍ଗୋପ ସାଗର ଆଡ଼କୁ ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଏହା ଫଳରେ ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳରେ ଜୁନ୍ ୮ ଓ ୧୪ ତାରିଖ ମଧ୍ୟରେ ଉତ୍ତପ୍ତ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି । ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ବା ତା’ଠାରୁ ଅଧିକ ହେବାର ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାରେ ଗୋଟିଏ ବା ଦୁଇଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଛୁଇଁପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *