ବାହାନଗାରେ ସିବିଆଇ ଟିମ୍

ମାମଲା ରୁଜୁ ପରେ ୧ଠ ଜଣିଆ ଟିମ୍ର ତନାଘନା
ଭୁବନେଶ୍ୱର, ୬ା୬(ବୁ୍ୟରୋ): ବାହାନଗା ରେଳ ଦୁର୍ଘଟଣା ନେଇ କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ (ସିବିଆଇ) ଏକ ମାମଲା ରୁଜୁ କରିଛି । ରେଳ ମନ୍ତ୍ରଣାଳୟର ଅନୁରୋଧକ୍ରମେ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ନିଦେ୍ର୍ଦଶ ତଥା ଓଡ଼ିଶା ସରକାରଙ୍କ ସହମତି ଆଧାରରେ ସିବିଆଇ ଏହି ମାମଲା ରୁଜୁ କରିଛି । ମଙ୍ଗଳବାର ପୂର୍ବାହ୍ଣରେ କେନ୍ଦ୍ରୀୟ ତଦନ୍ତରକାରୀ ସଂସ୍ଥାର ୧୦ ଜଣିଆ ଟିମ୍ ବାଲେଶ୍ୱରରେ ପହଞ୍ଚିଥିଲେ । ସିବିଆଇର ଅଧିକାରୀମାନେ ଦୁର୍ଘଟଣା ସ୍ଥଳ, ଟ୍ରାକ୍, ସିଗ୍ନାଲିଂ ରୁମ୍, କଣ୍ଟ୍ରୋଲ ରୁମ୍ ଇତ୍ୟାଦି ସ୍ଥାନରେ ପହଞ୍ଚି ଯାଞ୍ଚ କରିଥିବା ଜଣାପଡିଛି । ସିବିଆଇ ଆଇପିସି ଓ ରେଲୱେ ଅଧିନିୟମର ବିଭିନ୍ନ ଧାରା ଅନୁଯାୟୀ ଏତଲା ରୁଜୁ କରିଛି । ଆଇପିସିର ଧାରାଗୁଡ଼ିକ ହେଲା ୩୩୭, ୩୩୮, ୩୦୪ ଏ ଓ ୩୪ । ରେଲୱେ ଅଧିନିୟମର ସଂପୃକ୍ତ ଧାରାଗୁଡ଼ିକ ହେଲା ୧୫୩, ୧୫୪ ଓ ୧୭୫ । ରେଳବାଇର ତୁଙ୍ଗ ଅଧିକାରୀ ଏବଂ ବିଭିନ୍ନ ସାକ୍ଷ୍ୟ ଅନୁଯାୟୀ ବାହାନଗା ଟି୍ରପଲ୍ ଟ୍ରେନ୍ ଟ୍ରାଜେଡି ସମ୍ବନ୍ଧୀୟ ତିନୋଟି ଥିଓରି ସାମ୍ନାକୁ ଆସୁଛି । ସିବିଆଇ ସେହି ତିନୋଟି ଥିଓରିର ବିଶ୍ଳେଷଣ କରି ନିର୍ଣ୍ଣୟରେ ପହଞ୍ଚôବ । ପ୍ରଥମ ଥିଓରି ହେଲା- ରେଳ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ସିଗ୍ନାଲ୍ ଲୋକସେନ୍ ବକ୍ସରେ ବିଭ୍ରାଟ ଘଟିଛି । ଦ୍ୱିତୀୟ- ଜାଣିଶୁଣି ଷଡ଼୍ୟନ୍ତ୍ର କରି ଇଣ୍ଟରଲକିଂ ସିଷ୍ଟମ୍ରେ ଗଡ଼ବଡ଼ କରାଯାଇଛି । ତୃତୀୟ ଥିଓରି- ଇଲେକ୍ଟ୍ରନିକ୍ ଇଣ୍ଟରଲକିଂ ସିଷ୍ଟମରେ ବୈଷୟିକ ତ୍ରୁଟି । ତେଣୁ ଦାୟିତ୍ୱହୀନତା, ଷଡ଼୍ୟନ୍ତ୍ର ନା ବୈଷୟିକ ତ୍ରୁଟି ଏଥିରୁ କେଉଁ କାରଣରୁ ଦୁର୍ଘଟଣା ଘଟିଲା ଏବଂ ସେଥିପାଇଁ କେଉଁମାନେ ଦାୟୀ, ତାହା ସିବିଆଇ ତଦନ୍ତ କରି ଜଣାଇବ ।  ସୋମବାର ରେଳ ସୁରକ୍ଷା ବିଭାଗର ମୁଖ୍ୟ ଶୈଳେଶ କୁମାର ପାଠକ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ସେଠାରେ ବାହନଗା ବଜାର ରେଳ ଷ୍ଟେସନ୍ର କଣ୍ଟ୍ରୋଲ ରୁମ୍ , ସିଗ୍ନାଲ ରୁମ୍ ଏବଂ ସିଗ୍ନାଲ ପଏଣ୍ଟକୁ ଯାଇ ଅନୁଧ୍ୟାନ କରିଥିଲେ । ଦିନକ ପରେ ସିବିଆଇ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଏସମ୍ପର୍କରେ ସୂଚନା ଦେଇ ଦକ୍ଷିଣ-ପୂର୍ବ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୈଧୁରୀ କହିଛନ୍ତି, ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇ ଟିମ୍ ଏଠାରେ ଅଛନ୍ତି । ସେମାନେ ସେମାନଙ୍କ କାର୍ଯ୍ୟ କରୁଛନ୍ତି । ଆମେ ସେମାନଙ୍କ ଅନୁସନ୍ଧାନ ବିଷୟରେ କୌଣସି ସୂଚନା ପ୍ରକାଶ କରିପାରୁବୁ ନାହିଁ । ସେମାନଙ୍କର କାର୍ଯ୍ୟ କରିବାର ଏକ ବ୍ୟବସ୍ଥା ରହିଛି । ସେମାନେ ସମସ୍ତ ପ୍ରମାଣ ଏବଂ ବିବରଣୀକୁ ଘଟଣାସ୍ଥଳରୁ ସଂଗ୍ରହ କରିବେ ବୋଲି ସିପିଆରଓ ଶ୍ରୀ ଚୈଧୁରୀ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଥିଲେ । ଅପରପକ୍ଷରେ ଖୋର୍ଦ୍ଧା ଡିଭିଜନର ଡିଆର୍ଏମ୍ ରିଙ୍କେଶ ରାୟ ବାହାନଗା ଷ୍ଟେସନ୍ର ସିଷ୍ଟମ୍କୁ ଟ୍ୟାମ୍ପରିଂ କରାଯାଇଥିବା ସନେ୍ଦହ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଖ୍ୟ ଲାଇନ୍ରେ ଗ୍ରୀନ୍ ସିଗ୍ନାଲ ଥିଲା । ସିଗ୍ନାଲ ସାଧାରଣତଃ ସେତେବେଳେ ସବୁଜ ହୋଇଥାଏ, ଯେତେବେଳେ ସିଗନାଲ ସବୁଜ ହେବା ପାଇଁ ଆବଶ୍ୟକ ସମସ୍ତ ପୂର୍ବ-ସର୍ତ୍ତ ସିଦ୍ଧ ହୋଇଥାଏ । ଯଦି କୌଣସି ପୂର୍ବସର୍ତ୍ତ ପୂରଣ ନ ହୁଏ ଏବଂ ଯେ ପର୍ଯ୍ୟନ୍ତ କେହି ସିଗନାଲ ସିଷ୍ଟମ୍ ସହିତ ନିଜ ହାତରେ ଟ୍ୟାମ୍ପର୍ କରି ନ ଥାନ୍ତି, ଟେକ୍ନୋଲଜି ଦ୍ୱାରା ସିଗନାଲ୍ କଦାପି ସବୁଜ ହୋଇପାରିବ ନାହିଁ । ରେକର୍ଡ ଦର୍ଶାଉଛି ଯେ କରମଣ୍ଡଳ ଏକ୍ସପ୍ରେସ୍ ପହଞ୍ଚିବାବେଳେ ସବୁଜ ସଙ୍କେତ ରହିଥିଲା । କିନ୍ତୁ ଟ୍ରେନ୍ ଲୁପ୍ ଲାଇନ୍କୁ ଚାଲିଯାଇଥିଲା । ଏପରିସ୍ଥିତିରେ ସିଷ୍ଟମ୍ ଟାମ୍ପରିଂର ଆଭାସ ମିଳୁଛି ବୋଲି ଶ୍ରୀ ରାୟ ମତ ଦେଇଛନ୍ତି । ଗତ ୨ ତାରିଖରେ ଓଡ଼ିଶାର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ, ଯଶୱନ୍ତପୁର-ହାଓଡ଼ା ଏକ୍ସପ୍ରେସ ଏବଂ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏଥିପୂର୍ବରୁ ଏହି ରେଳ ଦୁର୍ଘଟଣାକୁ ନେଇ ଗତ ୩ ତାରିଖରେ ବାଲେଶ୍ୱର ଜିଆର୍ପି ଥାନାରେ ଏକ ମାମଲା (ଜିଆରପିଏସ ମାମଲା ସଂଖ୍ୟା ୬୪ରେ) ରୁଜୁ ହୋଇଥିଲା । ଏବେ ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଛି । ସିବିଆଇର ଏକ ତଦନ୍ତକାରୀ ଦଳ ବାଲେଶ୍ୱର ଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ଲାଗି ସିବିଆଇ ଅଧିକାରୀମାନେ ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *