ଡାକ୍ତର-ବଳକା ରାଜ୍ୟ ହେବ ଓଡିଶା

୧୨ଠ୫ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖମନ୍ତ୍ରୀ
ଭୁବନେଶ୍ୱର,୬ା୬(ବୁ୍ୟରୋ): ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ମଙ୍ଗଳବାର ଏକା ଥରକେ ୧୨୦୫ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମସ୍ତ ମେଡିକାଲ ଅଫିସରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।
ଏହି ଅବସରରେ ନବନିଯୁକ୍ତ ମେଡିକାଲ ଅଫିସରଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଥିଲେ, ୪୫୦୦ ମେଡିକାଲ ଅଫିସର ଗତ ବର୍ଷ ନିଯୁକ୍ତି ପାଇଛନ୍ତି । ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଏମ୍ବିବିଏସ ପଦବୀ ପୂରଣ ପରେ ଆଗାମୀ ବର୍ଷରୁ ଓଡ଼ିଶା ବଳକା ଡାକ୍ତର ରାଜ୍ୟ ଭାବେ ପରିଗଣିତ ହେବ । ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କ୍ୱାଲିଟି ସ୍ୱାସ୍ଥ୍ୟ ସେବା ଯୋଗାଉଛି । ଏହା ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସକ୍ଷମ ହୋଇଛି । ଏଥିପାଇଁ ୨୨୫ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ ହେଉଛି ।
ଏହି ଅବସରରେ ସେ ବାହାନଗା ଟ୍ରେନ ଦୁର୍ଘଟଣା ନେଇ ଦୁଃଖପ୍ରକାଶ ପୂର୍ବକ ପ୍ରତିକୂଳ ପରିସ୍ଥିତିରେ ଓଡ଼ିଶାର ଯେଉଁ ଡାକ୍ତରମାନେ ସହଯୋଗ କରିଛନ୍ତି ସେମାନଙ୍କୁ ପ୍ରଶଂସା କରିଥିଲେ । ସେମାନଙ୍କ ସଜାଗ ଯୋଗୁଁ ଅନେକଙ୍କ ଜୀବନ ବଞ୍ଚିଲା । ରକ୍ତଦାନକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସାଇକ୍ଲୋନ୍ ମାନେଜେମେଣ୍ଟ ଏକ ଲଙ୍ଗ୍ ମ୍ୟାନେଜମେଣ୍ଟ, କୋଭିଡ ମ୍ୟାନଜେମେଣ୍ଟ ଏକ ମିଡିଲ୍ ମ୍ୟାନେଜମେଣ୍ଟ । ଏବେ ଏକ ସଡନ୍ କ୍ରାଇସିସ୍ରେ ମଧ୍ୟ ଆମେ ମ୍ୟାନେଜମେଣ୍ଟ କରିବାରେ ସକ୍ଷମ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *