ବାହାନଗାରେ ଗଡ଼ିଲା ଟ୍ରେନ୍

ଭୁବନେଶ୍ୱର,୫ା୬(ବୁ୍ୟରୋ): ଦୀର୍ଘ ୫୦ ଘଣ୍ଟାରୁ ଅଧିକ ସମୟର ନିରନ୍ତର ମରାମତି କାର୍ଯ୍ୟ ପରେ ମଙ୍ଗଳବାର ବାହାନଗାରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । ଉଭୟ ଅପ୍ ଓ ଡାଉନ୍ ଲାଇନ୍ରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଟ୍ରାକରେ ପାସେଞ୍ଜର ଟ୍ରେନ୍ ଚଳାଚଳ କରିଛି । ରବିବାର ଉଭୟ ଟ୍ରାକରେ ମାଲବାହୀ ଟ୍ରେନ ଚଳାଚଳ କରିଥିଲା । ସୋମବାର ବନେ୍ଦ ଭାରତ, କରମଣ୍ଡଳ ସମେତ ବିଭିନ୍ନ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିଛି । ତେବେ ଦୁଇଟି ଟ୍ରେନ୍ (ଖୋର୍ଦ୍ଧାରୋଡ୍-ଖଡଗପୁର ଏକ୍ସପ୍ରେସ୍ ଓ ପୁରୀ-ବୈଦ୍ୟନାଥ ଧାମ ଏକ୍ସପ୍ରେସ୍) ଚଳାଚଳ କରିନାହିଁ । ଦୁର୍ଘଟଣାସ୍ଥଳ ଦେଇ ସବୁ ଟ୍ରେନ୍ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଥିବା ଲକ୍ଷ୍ୟ କରାଯାଇଥିଲା । ସୂଚନାଯୋଗ୍ୟ, ବାଲେଶ୍ୱର ବାହନଗା ଟ୍ରେନ୍ ଦୁର୍ଘଟଣାରେ ପରେ ଏହି ରୁଟ୍ରେ ସମସ୍ତ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ୧ କିମି ପର୍ଯ୍ୟନ୍ତ ରେଳ ଧାରଣା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଟ୍ରେନ୍ ଚଳାଚଳ ସ୍ୱଭାବିକ କରିବା ପାଇଁ ଏବେ ରେଳ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରାୟ ୧ କିମି ରେଳ ଲାଇନକୁ ସମ୍ପର୍ଣ୍ଣ ନୂଆ କରିବା ପାଇଁ ହଜାରରୁ ଅଧିକ କର୍ମଚାରୀ ନିୟୋଜତ ରହିଛନ୍ତି । ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କାମ ଜାରି ରହିଥିବା ବେଳେ ରେଳ ମନ୍ତ୍ରୀ ଅଶ୍ୱନୀ ବୈର୍ଷ୍ଣବ ଘଟଣା ସ୍ଥଳରେ ଉପସ୍ଥିତ ରହି ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ଆସନ୍ତା ବୁଧବାର ସୁଦ୍ଧା ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ସ୍ୱଭାବିକ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱନୀ ବୈର୍ଷ୍ଣବ ସୂଚନା ଦେଇଥିଲେ । ଦୁର୍ଘଟଣା ପରେ ପ୍ରଥମେ କ୍ଷତିଗ୍ରସ୍ତ ଧାରଣାକୁ ଟ୍ରାକ୍ ରୁ ହଟାଯାଇଛି । ରେଳ ଲାଇନ ପାଶ୍ୱର୍ରେ ଥିବା ୨୧ ଟି କ୍ଷତିଗ୍ରସ୍ତ ବଗିକୁ ହଟାଯାଇଛି । ୩୦ ରୁ ଅଧିକ ବିଦୁ୍ୟତ ଖୁଣ୍ଟଭାଙ୍ଗିଥିବା ବେଳେ ତାର ଛିଣ୍ଡିଯାଇଛି । ସେଗୁଡିକୁ ହଟାଯାଇ ନୂଆ ଖୁଣ୍ଟ ଲଗାଯାଇଛି । ପାଖାପାଖି ୫ ଶହ ମିଟର ରୁ ୧ କମି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୋହିସ୍ଥାନରେ ନୂଆ ଟ୍ରାକ୍ ପଡିଛି । ଅପ୍ ଲାଇନ୍ର ଟ୍ରାକ୍ ଲିଙ୍କିଙ୍ଗ କାମ କରି ବିଦୁ୍ୟତ କାମ ଜାରି ରହଥିଲା । ଲାଇନ ମ୍ୟାନ୍, ଇଞ୍ଜିନିୟ, ବିଦୁ୍ୟତ କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀମାନେ ମରାମତି କାମରେ ଲାଗିପଡିଥିଲେ । ବାଲେଶ୍ୱର, ବାରିପଦା, ଏବଂ ପଶ୍ଚିମ ବଙ୍ଗରୁ ଆସିଥିବା ଶ୍ରମିକ ମଧ୍ୟ ଟ୍ରେନ ଲାଇନ ମରାମତି କାମରେ ଲାଗିପଡିଥିଲେ । ଭୋକ ଶୋଷକୁ ପଛ କରି ୪୦ ଡିଗ୍ରୀ ଖରାରେ ଦିନ ରାତି ଏକ କରିଦେଇଥିଲେ । ନିରନ୍ତର ମରାମତି କାମ ପରେ ଶେଷରେ ୫୦ ଘଣ୍ଟା ମଧ୍ୟରେ ରେଳ ଟ୍ରାକ୍ ପୁନରୁଦ୍ଧାର ସହ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ପ୍ରଥମେ ଏହି ଟ୍ରାକ୍ ରେ ରେଳ ଚଳାଚଳ ସମୟରେ ଗାଡିର ବେଗ କମ ରହିଛି । ଧିରେ ଧିରେ ଗାଡିର ବେଗ ବଢିବା ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *