ଏମ୍ସରେ ଶବ ସଂରକ୍ଷଣ ସମସ୍ୟା

ପାରାଦୀପରୁ ଆସିଲା ପାଞ୍ଚ କଣ୍ଟେନର
ଭୁବନେଶ୍ୱର,୫ା୬(ବୁ୍ୟରୋ): ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଶବ ସଂରକ୍ଷଣକୁ ନେଇ ଚିନ୍ତା ବଢିଛି । ଭୁବନେଶ୍ୱରକୁ ୧୯୦ ଶବ ସ୍ଥାନାନ୍ତର କରାଯାଇ ବିଭିନ୍ନ ହସ୍ପିଟାଲର ଶବାଗାରରେ ରଖାଯାଇଛି । ସର୍ବାଧିକ ଏମ୍ସ ହସ୍ପିଟାଲରେ ମୃତଦେହଗୁଡିକୁ ରଖାଯାଇଥିବା ବେଳେ ସେଠାରେ ସ୍ଥାନ ଅଭାବ ଦେଖାଯାଇଛି । ଶବଗୁଡିକୁ ସଂରକ୍ଷଣ କରିବା ପାଇଁ ପାରାଦୀପରୁ ୫ଟି କଣ୍ଟେନର ମଗାଯାଇଛି ବୋଲି ଏମ୍ସ ନିଦେ୍ର୍ଦଶକ ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି ।
ଶ୍ରୀ ବିଶ୍ୱାସ କହିଛନ୍ତି, ଏମ୍ସରେ ଥିବା ଡିପ୍ ଫ୍ରିଜ୍ ଓ କୋଲ୍ଡ ଷ୍ଟୋରେଜ୍ରେ ବହୁ ଦିନ ଧରି ମୃତଦେହ ରଖିବା ସମ୍ଭବ ନୁହେଁ । ଶବଗୁଡିକୁ ସଂରକ୍ଷଣ କରିବା ଲାଗି ପାରାଦୀପରୁ ୫ଟି କଣ୍ଟେନର ମଗାଯାଇଛି । ପ୍ରତି କଣ୍ଟେନରରେ ୩୦ରୁ ୪୦ ମୃତ ଦେହ ସଂରକ୍ଷିତ ରହିପାରିବ । ଏହାକୁ ଦୃଷ୍ଟିରେ ରଖି ଏଭଳି ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *