ମୌସୁମୀ ପ୍ରବାହ ଆହୁରି ଧୀମା
ନୂଆଦିଲ୍ଲୀ, ୫ା୬: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଦକ୍ଷିଣ-ପଶ୍ଚିମ ମୌସୁମୀର ଗତିବିଧି ସମ୍ପର୍କରେ ସୋମବାର ତାଜା ସୂଚନା ଦେଇ କହିଛି, କେରଳରେ ମୌସୁମୀ ଚଳିତ ମାସ ୮ ତାରିଖ ବେଳକୁ ପହଞ୍ଚôପାରେ । ଆଇଏମ୍ଡି ପ୍ରଥମେ କହିଥିଲା ଯେ, ଜୁନ୍ ୪ରେ ମୌସୁମୀ କେରଳ ପ୍ରବେଶ କରିବ । ସୋମବାର ମିଳିଥିବା ସୂଚନା ଅନୁଯାୟୀ କେରଳ ସମେତ ଅନ୍ୟ ଉପକୂଳବର୍ତ୍ତୀ ଇଲାକାରେ ଏ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚô ନାହିଁ । ଏଥିପାଇଁ ଆହୁରି ୩-୪ ଦିନ ଲାଗିପାରେ । ଆଇଏମ୍ଡି ବଙ୍ଗୋପସାଗରରେ ମୌସୁମୀର ଗତିବିଧି ଉପରେ ନିରନ୍ତର ଦୃଷ୍ଟି ରଖିଛି । ଦକ୍ଷିଣ-ପୂର୍ବ ଆରବ ସାଗର ଉପରେ ନିମ୍ନଚାପ କ୍ଷେତ୍ର ସୃଷ୍ଟି ହେବା ଏବଂ ଆଗାମୀ ୨ଦିନ ଭିତରେ ତାହା ଅଧିକ ହେବା ଯୋଗୁଁ କେରଳ ତଟବର୍ତ୍ତୀ ଇଲାକାରେ ମୌସୁମୀ ପ୍ରବେଶ ଗୁରୁତର ଭାବେ ପ୍ରଭାବିତ ହୋଇପାରେ । ଦକ୍ଷିଣ ଆରବସାଗର ଉପରେ ପଶ୍ଚିମା ପବନ ସମୁଦ୍ର ପତନଠାରୁ ୨.୧୩ କିଲୋମିଟର ଉପରେ ପ୍ରବାହିତ ହେଉଛି । ଦକ୍ଷିଣ-ପୂର୍ବ ଆରବସାଗର ଉପରେ ଏକ ଘୂର୍ଣ୍ଣି ପ୍ରବାହ କାରଣରୁ କେରଳ ତଟବର୍ତ୍ତୀ ଇଲାକାରେ ବାଦଲ ଜମା ହେବା କମିଯାଇଛି ।
କେରଳରେ ୩-୪ ଦିନ ପରେ ମୌସୁମୀ ପ୍ରବେଶ କଲେ ଅନ୍ୟାନ୍ୟ ରାଜ୍ୟରେ ସେହି ଅନୁସାରେ ମୌସୁମୀ ବର୍ଷା ଆରମ୍ଭରେ ବିଳମ୍ବ ଘଟିବ ।
ଏବେ ଅନେକ ରାଜ୍ୟରେ ଭୀଷଣ ଗ୍ରୀଷ୍ମତାପ ଅନୁଭୂତ ହେଉଛି । ଆଉ କେତେକ ରାଜ୍ୟରେ ବର୍ଷା ମଧ୍ୟ ହେଉଛି । କାଳ ବୈଶାଖୀ କାରଣରୁ ୬ଟି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ବୋଲି ଆଇଏମ୍ଡି କହିଛି ।