କର୍ମସ୍ଥଳୀକୁ ଫେରିଲେ ରେସଲର୍

ନୂଆଦିଲ୍ଲୀ (ଏଜେନ୍ସି): ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତିଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି ୟ ଏହି କ୍ରମରେ ଖବର ଆସିଛି କି ରେସଲର ବଜରଙ୍ଗ ପୁନିଆ, ବିନେଶ ଫୋଗଟ, ସାକ୍ଷୀ ମଲିକ ନିଜନିଜର କର୍ମ ସ୍ଥଳକୁ ଫେରି ଯାଇଛନ୍ତି । ରେସଲରମାନେ କହିଛନ୍ତି, ସରକାରୀ ·କିରି କରିଥିବାରୁ ଆମର ସେଥିପ୍ରତି କିଛି କର୍ତ୍ତବ୍ୟ ରହିଛି । ଯାହାକୁ ପାଳନ କରିବାକୁ ହେବ ।
ନିକଟରେ ଖବର ଆସିଥିଲା, ସାକ୍ଷୀ ମଲିକ ଆନେ୍ଦାଳନରୁ ଓହରି ଯାଇଛନ୍ତି । ଏ ନେଇ ସାକ୍ଷୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଏହି ଖବର ଭୁଲ । ନ୍ୟାୟର ଲେଇରେ ଆମ ମଧ୍ୟରୁ କେହି ବି ପଛକୁ ହଟି ନାହାନ୍ତି କି ଆଗକୁ ହଟିବେ ନାହିଁ । ଲଢ଼େେଇ ଜାରି ରହିବ । ଜଣେ ନାବାଳିକା ରେସଲର୍ଙ୍କ ସମେତ ୭ ମହିଳା ରେସ୍ଲର୍ ଭାରତୀୟ ରେସ୍ଲିଂ ସଂଘ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି । ତାଙ୍କ ଗିରଫ ଦାବିରେ କୁସ୍ତିଯୋଦ୍ଧାମାନେ ମାସାଧିକ କାଳ ହେଲା ଦିଲ୍ଲୀର ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ବଜରଙ୍ଗ ପୁନିଆ କହିଛନ୍ତି, ଆମେ ନ୍ୟାୟ ପାିବୁ । ସାରା ଦେଶ ଆମ ସହ ମିଶି ଲଢୁଛି ।
ବି୍ରଜ୍ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରେସଲର୍ଙ୍କ ପକ୍ଷରୁ ସରକାରଙ୍କୁ ୫ ଦିନ ମହଲତ ଦିଆଯାଇଥିଲା । ଏହାପରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ରେସ୍ଲର୍ମାନେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ପ୍ରାୟ ଦୁଇ ଘଣ୍ଟା ଆଲୋଚନା କରିଥିଲେ । ଆଲୋଚନାର ବିଷୟବସ୍ତୁ ସଂପର୍କରେ କିଛି ଜଣାପଡ଼ି ନ ଥିଲେ ବି ଆଇନକୁ ତା’ କାମ କରିବାକୁ ଦିଅ ବୋଲି କହିଥିଲେ । ଟୋକିଓ ଅଲମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିୟା ଏବେ ରେଳବାଇରେ ବିଶେଷ କାର୍ଯ୍ୟ ଅଧିକାରୀ (ଓଏସ୍ଡି) ରୂପେ କାର୍ଯ୍ୟରତ । ସଙ୍ଗୀତା ଫୋଗାଟ ରେଳବାଇରେ କିରାଣି ଭାବେ କାମ କରୁଛନ୍ତି । ସାକ୍ଷୀ ମଲିକ ମଧ୍ୟ ରେଳବାଇରେ ଚାକିରି କରୁଛନ୍ତି । ତାଙ୍କ ସ୍ୱାମୀ ସତ୍ୟବ୍ରତ କାଦିୟାନ ରେଳବାଇରେ ବରିଷ୍ଠ କିରାଣି ।
କୁସ୍ତିଯୋଦ୍ଧାଙ୍କ ବିକ୍ଷୋଭରେ ସାମିଲ ହୋଇଥିବା ଅନ୍ୟଜଣେ ପ୍ରସିଦ୍ଧ ପହଲମାନ ବିନେଶ ଫୋଗାଟ କମନ୍ୱେଲ୍ଥ ଓ ଏସିଆନ୍ ଗେମ୍ସ ଉଭୟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ବିନେଶ ରେଳବାଇରେ ଓଏସ୍ଡି ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *