ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନ ଆଗରେ
ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ୍ ୨ଠ୨୩
ଭୁବନେଶ୍ୱର, ୫ ।୬: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ପ୍ରକାଶ ପାଉଥିବା ନ୍ୟାସ୍ନାଲ୍ ଇନ୍ଷ୍ଟିଚୁ୍ୟସନାଲ୍ ର୍ୟାଙ୍କିଂ ଫ୍ରେମ୍ ୱାର୍କ (ଏନ୍ଆଇଆର୍ଏଫ୍) ସୋମବାର ପ୍ରକାଶ ପାଇଛି । ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ୧୫ତମ ସ୍ଥାନ ପାଇଥିବାବେଳେ କିଟ୍ ୪ଟି ସ୍ଥାନ ଉପରକୁ ଉଠି ୧୬ତମ ସ୍ଥାନରେ ରହିଛି । ଗତବର୍ଷ କିଟ୍ ଏହି ତାଲିକାର ୨୦ତମ ସ୍ଥାନରେ ଥିଲା । ଉକ୍ରଳ ବିଶ୍ୱବିଦ୍ୟାଳୟକୁ ମିଳିଛି ୯୩ତମ ର୍ୟାଙ୍କ୍ । ସୋମବାର ନୂଆଦିଲ୍ଲୀ ଠାରେ ଏହି ର୍ୟାଙ୍କିଙ୍ଗ୍ କେନ୍ଦ୍ର ଶିକ୍ଷା ଏବଂ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଣସିଂହଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ।
ଚଳିତ ବର୍ଷ ଆଇଆଇଟି ମାଡ୍ରାସ ସାମଗ୍ରୀକ ମାନ୍ୟତାରେ ଶୀର୍ଷରେ ରହିଥିବାବେଳେ ସୋଆ ୨୬, କିଟ୍ ୨୯, ଏନ୍ଆଇଟି ରାଉରକେଲା ୩୭ ଓ ଏନ୍ଆଇଟି ଭୁବନେଶ୍ୱର ୯୧ ର୍ୟାଙ୍କ୍ ପାଇଛନ୍ତି । ମେଡିକାଲ କଲେଜ ତାଲିକାରେ ଦିଲ୍ଲୀ ଏମ୍ସ ପ୍ରଥମ ହୋଇଛି । ସୋଆକୁ ୧୬, ଏମ୍ସ ଭୁବନେଶ୍ୱରକୁ ୧୭ ଓ କିଟ୍କୁ ୨୬ ର୍ୟାଙ୍କ୍ ମିଳିଛି । ସେହିପରି ଇଞ୍ଜିନିୟରିଂରେ ଆଇଆଇଟି ରାଉରକେଲା ୧୬ତମ ର୍ୟାଙ୍କ୍ ପାଇଥିବାସ୍ଥଳେ ସୋଆ ୨୭, କିଟ୍ ୩୯ ଓ ଆଇଆଇଟି ଭୁବନେଶ୍ୱର ୪୭ ଓ ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି ୧୦୦ତମ ର୍ୟାଙ୍କ୍ ପାଇଛି ।
ମ୍ୟାନେଜ୍ମେଣ୍ଟ ବର୍ଗରେ ଏକ୍ସଆଇଆଇଏମ୍ ୟୁନିଭର୍ସିଟି ୪୬, ସୋଆ ୫୭ ଓ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ସମ୍ବଲପୁର ୫୭, କିଟ୍ ୫୯ ଓ ଇଣ୍ଟରନାସ୍ନାଲ୍ ମ୍ୟାନେଜ୍ମେଣ୍ଟ ଇନ୍ଷ୍ଟିଚୁ୍ୟଟ୍ ୬୭ ର୍ୟାଙ୍କ୍ରେ ରହିଛନ୍ତି ।
ଆଇନ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ସୋଆ, କିଟ୍ ଓ କଟକର ନ୍ୟାସ୍ନାଲ୍ ଲ’ ଇନ୍ଷ୍ଟିଚୁ୍ୟଚ୍ ଯଥାକ୍ରମେ ୮, ୧୨ ଓ ୩୦ ର୍ୟାଙ୍କ ପାଇଛନ୍ତି । ଡେଣ୍ଟାଲ କଲେଜ ବର୍ଗରେ ସୋଆ ୯ମ ର୍ୟାଙ୍କ୍ ପାଇଥିବାବେଳେ କିଟ୍କୁ ମିଳିଛି ୨୦ତମ ର୍ୟାଙ୍କ୍ ।
କୃଷି ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଓଡିଶାର ଏକମାତ୍ର ଓୟୁଏଟିକୁ ୨୨ତମ ର୍ୟାଙ୍କ ମିଳିଛି ।