ତଦନ୍ତ କରିବ ସିବିଆଇ
ଟ୍ରେନ୍ ଟ୍ରାଜେଡି
ଭୁବନେଶ୍ୱର,୪ା୬(ବୁ୍ୟରୋ): ବାଲେଶ୍ୱର ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ ସିବିଆଇ କରିବ । ଏନେଇ ରେଲୱେ ବୋର୍ଡ କେନ୍ଦ୍ର ସରକାର ସୁପାରିସ କରିବ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ । ଏତେ ବଡ ରେଳ ଦୁର୍ଘଟଣା ପାଇଁ ଦାୟୀ କିଏ, ପ୍ରକୃତ କାରଣ କ’ଣ ତାହାର ସିବିଆଇ ତଦନ୍ତ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ରବିବାର ସୂଚନା ଦେଇଛନ୍ତି ।
ଟ୍ରେନ୍ ଚଳାଚଳ ସ୍ୱଭାବିକ କରିବା ପାଇଁ ଏବେ ରେଳ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରାୟ ୧ କିମି ରେଳ ଲାଇନକୁ ସମ୍ପୂର୍ଣ୍ଣ ନୂଆ କରିବା ପାଇଁ ହଜାରେରୁ ଅଧିକ କର୍ମଚାରୀ ନିୟୋଜତ ରହିଛନ୍ତି । ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ଜାରି ରହିଥିବା ବେଳେ ରେଳ ମନ୍ତ୍ରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦାରଖ କରୁଛନ୍ତି । ବୁଧବାର ସୁଦ୍ଧା ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ସେ ସୂଚନା ଦେଇଛନ୍ତି । ବିନା ଟିକେଟ ଯାତ୍ରୀଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବ ବୋଲି ରେଳବାଇ ନିଷ୍ପତ୍ତି ନେଇଛି । ରେଳବାଇ ବୋର୍ଡର ପ୍ରାଥମିକ ତଦନ୍ତ ରିପୋର୍ଟରୁ ସୂଚନା ମିଳିଛି ଯେ ସିଗ୍ନାଲରେ ତ୍ରୃଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ।
ତେବେ କେବଳ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଲୁପ୍ ଲାଇନ ଛୁଡା ହୋଇଥିବା ଲୁହା ପଥର ବୋଝେଇ ମାଲ ଗାଡି ସହିତ କରମଣ୍ଡଳର ଧକ୍କା ହୋଇଥିଲା । ଘଣ୍ଟା ପ୍ରତି ୧୨୮ କିମ୍ ବେଗରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ମାଲଗାଡିକୁ ଧକ୍କା ଦେବା ପରେ ଆରପାଶ୍ୱର୍ରେ ଥିବା ରେଳ ଲାଇନ କୁ ଉକ୍ତ ଗାଡିଟି ଛିଟିକି ପଡିଥିଲା । ସେହି ସମୟରେ ଘଣ୍ଟା ପ୍ରତି ୧୨୬ କିମି ବେଗର ଆସୁଥିବା ଯଶବନ୍ତପୁର – ହାୱାଡା ଟ୍ରେନ୍ ଲାଇନ୍ ଉପରେ ପଡିଥିବା କରମଣ୍ଡଳ ଏକ୍ସପ୍ରେସ୍ର ଡବାକୁ ଧକ୍କା ଦେଇଥିଲା । ତେବେ ଏଥିରେ ଯଶବନ୍ତପୁର – ହାୱାଡାର ଦୁଇଟି ଡବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ୨୭୫ ଜଣ ମୃତୁ୍ୟବରଣ କରିଥିବା ସରକାରୀ ଭାବେ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ପରେ ବାଲେଶ୍ୱର ହସ୍ପିଟାଲକୁ ଯାଇ ଆହାତଙ୍କୁ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ । ପରେ ଦଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଘଟଣାରେ କୈଣସି ଦୋଷୀ ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ।
ଦୁର୍ଘଟଣା ପରେ ପ୍ରଥମେ କ୍ଷତିଗ୍ରସ୍ତ ଧାରଣାକୁ ଟ୍ରାକ୍ ରୁ ହଟାଯାଇଛି । ରେଳ ଲାଇନ ପାଶ୍ୱର୍ରେ ଥିବା ୨୧ ଟି କ୍ଷତିଗ୍ରସ୍ତ ବଗିକୁ ହଟାଯାଇଛି । ୩୦ ରୁ ଅଧିକ ବିଦୁ୍ୟତ ଖୁଣ୍ଟଭାଙ୍ଗିଥିବା ବେଳେ ତାର ଛିଣ୍ଡିଯାଇଛି । ସେଗୁଡିକୁ ହଟାଯାଇ ନୂଆ ଖୁଣ୍ଟ ଲଗାଯାଇଛି । ପାଖାପାଖି ୫ ଶହ ମିଟର ରୁ ୧ କମି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୋହିସ୍ଥାନରେ ନୂଆ ଟ୍ରାକ୍ ପଡୁଛି । ଅପ୍ ଲାଇନ୍ର ଟ୍ରାକ୍ ଲିଙ୍କିଙ୍ଗ କାମ କରି ବିଦୁ୍ୟତ କାମ ଜାରି ରହିଛି । ଲାଇନ ମ୍ୟାନ୍, ଇଞ୍ଜିନିୟ, ବିଦୁ୍ୟତ କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀମାନେ ମରାମତି କାମରେ ଲାଗିପଡିଛନ୍ତି । ବାଲେଶ୍ୱର, ବାରିପଦା, ଏବଂ ପଶ୍ଚିମ ବଙ୍ଗରୁ ଆସିଥିବା ଶ୍ରମିକ ମଧ୍ୟ ଟ୍ରେନ ଲାଇନ ମରାମତି କାମରେ ଲାଗିପଡିଛନ୍ତି । ଭୋକ ଶୋଷକୁ ପଛ କରି ୪୦ ଡିଗ୍ରୀ ଖରାରେ ଦିନ ରାତି ଏକ କରିଦେଇଛନ୍ତି । ବୁଧବାର ଭିତରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇପାରେ ବୋଲି ରେଳମନ୍ତ୍ରୀ ଅଶ୍ୱନୀ ବୈର୍ଷ୍ଣବ ସୂଚନା ଦେଇଛନ୍ତି । ଅପରପକ୍ଷରେ ଘଟଣା ସ୍ଥଳରେ ସହାୟତା କରିବା ପାଇଁ ଏନଡିଆରଏଫ ଓ ଫାୟର ଟିମ୍ ମୁତୟନ ରହିଥିବା ଜଣାପଡିଛି ।