ମୌସୁମୀ ବିଳମ୍ବ

୩/୪ ଦିନ ଡେରିରେ କେରଳ ପ୍ରବେଶ ସମ୍ଭାବନା
ନୂଆଦିଲ୍ଲୀ, ୪ା୬: ଦକ୍ଷିଣ-ପଶ୍ଚିମ ମୌସୁମୀ ରବିବାର କେରଳ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଗତ ମାସରେ ପୂର୍ବାନୁମାନ କରାଯାଇଥିଲା । ରବିବାର ଆଇଏମ୍ଡି କହିଛି ମୌସୁମୀ ଆସିବାରେ ଆହୁରି ୩/୪ଦିନ ବିଳମ୍ବ ହେବ ।
ଆଇଏମ୍ଡି ଜାରି କରିଥିବା ଏକ ବିବୃତିରେ କୁହାଯାଇଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଲାକ୍ଷାଦ୍ୱୀପ ତଥା ଭାରତୀୟ ସମୁଦ୍ର ସୀମାକୁ ପ୍ରବେଶ କରିସାରିଛି । ଦକ୍ଷିଣ ଆରବ ସାଗର ଉପରେ ପଛୁଆ ପବନ ବଢିବା ଯୋଗୁଁ ପରିସ୍ଥିତି ଅନୁକୂଳ ରହିଛି । ଆସନ୍ତା ୩/୪ ଦିନ ଭିତରେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ । ମୌସୁମୀର ଗତିପଥ ଉପରେ ନିରନ୍ତର ଲକ୍ଷ୍ୟ ଦୃଷ୍ଟି ରଖାଯାଇଛି । ସୋମବାର ଏ ବିଷୟରେ ଅଧିକ ସୂଚନା ଦିଆଯିବ ।
ସାଧାରଣତଃ ମୌସୁମୀ ଜୁନ୍ ୧ରେ ପ୍ରବେଶ କରିଥାଏ । ଏବର୍ଷ ବିଳମ୍ବ ହେଲେ ହେଁ ସୋମବାରଠାରୁ କେରଳରେ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍ଡି କହିଛି । ରବିବାର ଆଇଏମ୍ଡି ଜାରି କରିଥିବା ଆଲର୍ଟରେ କୁହାଯାଇଛି ଯେ ରାଜସ୍ଥାନ, ଛତିଶଗଡ, ଓଡିଶା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, କେରବଳ, କୋଙ୍କଣ ଓ ଗୋଆ, ମଧ୍ୟମହାରାଷ୍ଟ୍ର, ମରାଠୱାଡା ତଟୀୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକର କିଛି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହୋଇପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *