ଗଙ୍ଗାରେ ନିର୍ମାଣାଧୀନ ବ୍ରିଜ୍ ପୁଣି ଥରେ ଭୁଶୁଡ଼ିଲା
୨ ଗାର୍ଡ ନିଖୋଜ
ଭାଗଲପୁର, ୪ା୬: ବିହାରର ଭାଗଲପୁର ଜିଲ୍ଲାରେ ଗଙ୍ଗାନଦୀ ଉପରେ ନିର୍ମାଣାଧୀନ ବ୍ରିଜ୍ ରବିବାର ରବିବାର ରାତି ୭ଟାବେଳେ ଅଚାନକ ଭୁଶୁଡି ପଡିଛି । ବ୍ରିଜ୍ର ୪ଟି ପିଲର୍ ଭୁଶୁଡି ଯିବାରୁ ଗଙ୍ଗାନଦୀରେ ୫୦ଫୁଟ ଉଚ୍ଚର ଲହଡି ଉଠିଥିଲା । ତା’ପ୍ରଭାବରେ ଡଙ୍ଗାରେ ଯାଉଥିବା ଲୋକମାନେ ଆତଙ୍କିତ ହୋଇପଡିଥିଲେ । ପୋଲ ଭୁଶୁଡିବାବେଳେ କାମ ବନ୍ଦ ଥିଲା । ତେବେ ଏହି ଦୁର୍ଘଟଣା ପରଠାରୁ ୨ଜଣ ଗାର୍ଡଙ୍କ ପତ୍ତା ମିଳୁ ନାହିଁ । ରାଜ୍ୟ ସରକାର ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ।
ଗତବର୍ଷ ଏପ୍ରିଲ୍ ୨୭ ତାରିଖ ଦିନ ଏହି ପୋଲର ସୁପର ଷ୍ଟ୍ରକ୍ଚର୍ ନଦୀକୁ ଖସିପଡିଥିଲା । ୨୦୧୪ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ପୋଲର ଶିଳାନ୍ୟାସ କରିଥିଲେ । ନିର୍ମାଣ ପାଇଁ ଠିକା ଏସ୍ପି ସିଙ୍ଗଲା କମ୍ପାନୀକୁ ଦିଆଯାଇଥିଲା । ୨୦୧୫ରେ କାମ ଆରମ୍ଭ ହେଲା । ପୋଲ ନିର୍ମାଣରେ ୧୭୧୦.୭୭ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଥିଲା । ୪ ଲେନ୍ ବିଶିଷ୍ଟ ପୋଲର ଦୈର୍ଘ୍ୟ ୩.୧୬ କିମି । ଆପ୍ରୋଚ ରୋଡ୍ର ମୋଟ ଦୈର୍ଘ୍ୟ ପ୍ରାୟ ୨୫ କିଲୋମିଟର ।