ଦୁର୍ଘଟଣାସ୍ଥଳ ବୁଲିଲେ ମମତା

ନିଜ ରାଜ୍ୟର ମୃତକଙ୍କ ପାଇଁ ଘୋଷଣା କଲେ ୫ ଲକ୍ଷ
ସୋର, ୩ା୬(ଆପ୍ର): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଶନିବାର ଟ୍ରେନ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରି ସେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରଛନ୍ତି । ପ୍ରାଣ ହରାଇଥିବା ନିଜ ରାଜ୍ୟର ମୃତକଙ୍କ ପରିବାରକୁ େ୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି ମମତା ।
ମମତା କହିଛନ୍ତିି, ପର୍ଯ୍ୟନ୍ତ ଉଦ୍ଧାର କାମ ନ ସରିଛି ପଶ୍ଚିମବଙ୍ଗ ସରକାର ଓଡ଼ିଶା ସରକାରଙ୍କୁ ସମସ୍ତ ସହାୟତା ଯୋଗାଇଦେବ । ଦୁର୍ଘଟଣାସ୍ଥଳକୁ ପଶ୍ଚିମବଙ୍ଗରୁ ୭୦ ଆମ୍ବୁଲାନ୍ସ ଓ ୨ଟି ବସ୍ ଯୋଗାଇ ଦିଆଯାଇଥିଲା । ସାମାନ୍ୟ ଆହତଙ୍କୁ ଏହି ୨ଟି ବସ୍ରେ ପଶ୍ଚିମବଙ୍ଗ ପଠାଇ ଦିଆଯାଇଛି । ଦୁର୍ଘଟଣା ନିରୋଧୀ ବ୍ୟବସ୍ଥା ଥିଲେ ଏତେ ବଡ଼ ଦୁର୍ଘଟଣା ଘଟି ନ ଥାନ୍ତା ବୋଲି ମମତା କହିଛନ୍ତି । ଏହାସହ ଉଦ୍ଧାରକାରୀ ଦଳକୁ ମମତା ଧନ୍ୟବାଦ ଜଣାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *