ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ନେଇ ଅସନ୍ତୋଷ

ଜିଲ୍ଲାପାଳଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳ ସରୋଜ କୁମାର ସେଠୀପରିଦର୍ଶନ କରିବା ସହିତ ବିିଭିନ୍ନ ୱାର୍ଡ ବୁଲି ରୋଗୀମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ତଦାରଖ କରିଥିଲେ । ରୋଗୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନ ମାନର ହେଉଛି ବୋଲି ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହିତ ଆସନ୍ତାଶନିବାର ସୁଦ୍ଧା ନୂତନ ଏସଏସଜି ଗୁ୍ରପକୁ ଖାଦ୍ୟ ଯୋଗାଣପାଇଁ ଦାୟୀତ୍ୱ ଦେବାକୁ ସିଡିଏମଓଙ୍କୁ ନିଦେ୍ର୍ଦଶ ଦେଇଛ୍ନ୍ତି ।
ଜିଲ୍ଲାପାଳ ଶନିବାର ଦିନ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ସମସ୍ୟାର ତଦାରଖ କରିଛନ୍ତି । ୱାର୍ଡ ପରିଦର୍ଶନ କରିବା ସହିତ ରୋଗୀ ମାନଙ୍କୁ ଖାଦ୍ୟ ଯୋଗାଉଥିବା ଭୁବନେଶ୍ୱରର ନେତାଜୀ ସିକୁ୍ୟରିଟି ସଂସ୍ଥାର ଖାଦ୍ୟ ପରଖିଥିଲେ । ଏହି ଖାଦ୍ୟ ଅତ୍ୟନ୍ତ ନିମ୍ନମାନରବୋଲି ଜିଲ୍ଲାପାଳ ପ୍ରକାଶକରିବା ସହିତ ଗୋଟିଏ ସପ୍ତାହ ମଧ୍ୟରେ ଏସଏସଜି ଗୁ୍ରପକୁ ଖାଦ୍ୟ ପ୍ରସ୍ତୁତି ଏବଂ ବଣ୍ଟନ ଦାୟୀତ୍ୱ ଦେବାକୁ ସିଡିଏମଓଙ୍କୁ ନିଦେ୍ର୍ଦଶ ଦେଇଥିଲେ ।ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଏଚଡିୟୁ ସ୍ଥାପନ କରାଯିବା ସହିତ ସମସ୍ତ ପ୍ରକାର ଆବଶ୍ୟକୀୟ ଯନ୍ତ୍ରପାତି ଏବଂ କର୍ମଚାରୀଙ୍କର ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ । ଜିଲ୍ଳାପାଳ ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହିତ ରୋଗୀମାନଙ୍କ ସହିତ ସିଧାସଳଖ ଭାବରେ ଆଲୋଚନା କରିଥିଲେ । ସ୍ତ୍ରୀ ଓ ପ୍ରସୂତୀ ବିଭାଗ ପରିଦର୍ଶନ କରିବା ସହିତ ଆଇସିୟୁ ୱାର୍ଡ ମଧ୍ୟ ବୁଲି ଦେଖିଥିଲେ । ଜିଲ୍ଲାପାଳଡାକ୍ତର ଏବଂ କର୍ମଚାରୀଙ୍କ ସହିତ ଆଲୋଚନାକରିବା ଅବସରରେ ରୋଗୀ ମାନଙ୍କ ସହିତ ଭଲ ବ୍ୟବହାର କରିବାକୁ ପରମର୍ଶ ଦେଇଥିଲେ ।ଚିକି୍ତ୍ସାଳୟକୁ ରାଜ୍ୟର ଏକ ଭଲ ଚିକିତ୍ସାଳୟରେ ପରିଣତ କରିବାକୁ ସେ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ଚିକିିତ୍ସାଳୟ ଯେପରି ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ସେ ଦିଗରେ ପଦକ୍ଷେପ ନେବାକୁ ସିଡିଏମଓଙ୍କୁ କହିଥିଲେ । ମୁଖ୍ୟ ଚିକିତ୍ସାଳୟରେ ଯାହାସବୁ ସମସ୍ୟା ରହିଛି ସେ ସବୁ ତୁରନ୍ତ ଚିହ୍ନଟକରିପଦକ୍ଷେପ ନେବାକୁ କହିଥିଲେ । ଏନଏଚଏମ ଦ୍ୱାରା ଯେଉଁ ଗୃହ ନିର୍ମାଣ କରାଯାଉଛି ତାହାର ମଧ୍ୟ ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ଅଶୋକ କୁମାର ଦାସ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜୟକୃଷ୍ଣ ନାୟକ,ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଜ୍ୟୋତିଷ ଚନ୍ଦ୍ର ମହାପାତ୍ର,ପ୍ରସୂତୀ ବିଭାଗର ବରିଷ୍ଠ ଡାକ୍ତର ଭାନୁଶଙ୍କର ଆଚାର୍ଯ୍ୟ, ହସପିଟାଲ ପରିଚାଳକ, ଡିପିଏମ ସୋନାଲୀ ପ୍ରୀୟଦର୍ଶିନୀ ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *