ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତା

ଆଜି ସେନାପଟ୍ଟା ଲାଗି, ରବିବାର ସ୍ନାନଯାତ୍ରା
ପୁରୀ, ୨ା୬(ବୁ୍ୟରୋ): ରବିବାର ଦେବସ୍ନାନ ପୂର୍ଣ୍ଣମା । ଦାରୁଦିଅଁ ପହଣ୍ଡି ହୋଇ ସ୍ନାନବେଦୀକୁ ବିଜେ କରିବେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ସେବା ପାଇଁ ଶୁକ୍ରବାର ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ ତିଥିରେ ଦଇତାପତି ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ବାହୁଟ କଣ୍ଟ କରିଛନ୍ତି ।
ଶନିବାର ସକାଳୁ ସେନାପଟା ଲାଗି ହେବ । ସାକ୍ଷୀଗୋପାଳରୁ ଆସିଥିବା ବଉଳ କାଠରେ ସେନାପଟା ପ୍ରସ୍ତୁତ ହୋଇସାରିଛି । ସେନାପଟା ଲାଗି ସରିବା ପରେ ମଙ୍ଗଳଆଳତି ଓ ଅବକାଶ ଆଦି ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ଶୁକ୍ରବାର ବଡସିଂହାର ସରିବା ପରେ ମହାପ୍ରଭୁଙ୍କୁ ଶ୍ରୀମୁଖ ଖଣ୍ଡୁଆ ପକାଯାଇଥିଲା । ଏହାପରେ ଦଇତାପତି ସେବକମାନେ ରନôସିଂହାସନ ପାଖକୁ ଯାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ନିମନ୍ତେ ବାହୁଟ କଣ୍ଟ କରିଥିଲେ । ସୁଦର୍ଶନଙ୍କୁ ବାଡ଼ବାଡ଼ କୋଣ ଖଟୁଲି ଉପରେ ବିଜେ କରାଇଥିଲେ ।ସ୍ୱ
ବାହୁଟ କଣ୍ଟ ସରିବା ପରେ କୋଠ ସୁଆଁସିଆଁମାନେ ଜଗମୋହନରେ ଥିବା ମାଲଖମ୍ବଗୁଡିକ ରନôସିଂହାସନପାଖକୁ ନେଇଥିଲେ । ପରେ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଶନିବାର ଚାରବାଡ ବନ୍ଧା ଆରମ୍ଭ ହେବ । ରବିବାର ଦେବସ୍ନାନ ପୂଣ୍ମିମାରେ ଶ୍ରୀବିଗ୍ରହସ୍ନାନବେଦୀରେ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଚଳିତବର୍ଷ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନକୁ ଚର୍ମ ଚକ୍ଷୁରେ ଦର୍ଶନ କରିବେ ଅଗଣିତ ଶ୍ରଦ୍ଧାଳୁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *