ଡବ୍ଲୁ୍ୟଏମ୍ଓ ଉପାଧ୍ୟକ୍ଷ  ହେଲେ ମୃତୁ୍ୟଞ୍ଜୟ ମହାପାତ୍ର

ଭୁବନେଶ୍ୱର,୩୧ା୫(ବୁ୍ୟରୋ): ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁ୍ୟଏମ୍‌ଓ)ର ଉପସଭାପତି (ତୃତୀୟ) ରୂପେ ଗୁରୁବାର ନିର୍ବାଚିତ ହୋଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିଦେ୍ର୍ଦଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର । ତୃତୀୟ ଉପାଧ୍ୟକ୍ଷ ପଦବୀ ପାଇଁ ଭାରତ ପକ୍ଷରୁ ସେ ନିର୍ବାଚନ ଲଢୁଥିଲେ । ମୋଟ୍ ୧୪୮ ଭୋଟ୍ରୁ ୧୧୩ ଭୋଟ୍ ପାଇ ଡ ମହାପାତ୍ର ୩ ଜଣ ଉପାଧ୍ୟକ୍ଷଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ତାଙ୍କ କାର୍ଯ୍ୟକାଳ ଆସନ୍ତାବର୍ଷ ଜାନୁଆରୀ ୧ରୁ ଆରମ୍ଭ ହେବ । ୪ ବର୍ଷ ପାଇଁ ସେ ଏହି ପଦବୀରେ ରହିବେ । ଅନ୍ୟ ଦୁଇ ନିର୍ବାଚିତ ଉପାଧ୍ୟକ୍ଷ ହେଲେ ଡି କୋନାଟେ ଓ ଇ ମୋରାନ । ପ୍ରଥମ ମହିଳା ସେକ୍ରେଟାରୀ ଜେନେରାଲ୍ ରୂପେ ନିର୍ବାଚିତ ହୋଇଛନ୍ତି ସେଲେଷ୍ଟି ସାଉଲୋ । ଡବ୍ଲୁ୍ୟଏମ୍ଓର ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି ଅବ୍ଦୁଲା ଅଲ୍ ମାଣ୍ଡୋସ୍ ।
ଡ. ମହାପାତ୍ର ବର୍ତ୍ତମାନ ଡବ୍ଲୁ୍ୟଏମ୍‌ଓର ସ୍ଥାୟୀ ସଦସ୍ୟ ଭାବେ ଭାରତକୁ ପ୍ରତିନିଧତ୍ୱ କରୁଛନ୍ତି । ଏହା ପୂର୍ବରୁ ସେ ଡବ୍ଲୁ୍ୟଏମ୍‌ଓର ବିଭିନ୍ନ କମିଟିରେ ଥିଲେ ଏବଂ କିଛି ନିର୍ଦ୍ଦିଷ୍ଟ କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଡ. ମହାପାତ୍ର ୩୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ୯୦ରୁ ଊଦ୍ଧ୍ୱର୍୍ୱ ବାତ୍ୟା ସମ୍ପର୍କରେ ସେ ଆକଳନ କରିଛନ୍ତି । ଭାରତରେ ସେ ‘ସାଇକ୍ଲୋନ୍‌ ମ୍ୟାନ’ ଭାବେ ପରିଚୟ ପାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *