କାଳବୈଶାଖୀ: ଡଙ୍ଗା ବୁଡ଼ି ୨ ନିଖୋଜ

ମାଲକାନଗିରି, ୧ା୬(ଆପ୍ର): ମାଲକାନଗିରିରେ ଦଶ ମିନିଟର କାଳବୈଶାଖୀ ଦେଖାଇଲା ବଡ ତାଣ୍ଡବ । ସତୀଗୁଡା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ୨ ଜଣ ଧୀବର ନିଖୋଜ ରହିଛନ୍ତି । ସେମାନେ ହେଲେ ଏମ୍ଭି-୧୧୨ ଗାଁର ଗୋବିନ୍ଦ ସର୍ଦ୍ଦାର ଏବଂ ଭିମାରାଙ୍ଗିଣି ଗାଁର ତୁଳଶା ମାଢି । ମାଛ ଧରିବାକୁ ଦୁହେଁ ଦେଶୀଡଙ୍ଗାରେ ଯାଇଥିବା ବେଳେ ପ୍ରବଳ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ଡଙ୍ଗାଟି ଓଲଟି ପଡିଥିଲା । ସ୍ଥାନୀୟ ଲୋକ ଖୋଜା ଖୋଜି କରି ନ ପାଇବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ହେଁ ସେମାନଙ୍କ ପତ୍ତା ମିଳିନାହିଁ । ଏସ୍ଆର୍ସିଙ୍କ ନିଦେ୍ର୍ଦଶ ଅନୁସାରେ କୋରାପୁଟରୁ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଅତିରିକ୍ତ ତହସିଦାର ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ।
ସେହିପରି ଜିଲ୍ଲାରେ ନବନିର୍ମିତ ଏୟାର ଷ୍ଟି୍ରପ ବାଉଣ୍ଡି୍ର ଭୁଷୁଡିବାରୁ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସଦର ମହକୁମାରେ ଥିବା ଜିଲ୍ଲା କଂଗ୍ରେସ ଭବନ ଏବଂ ଆହାର କେନ୍ଦ୍ରର ଛାତ ଉଡିଯାଇଥିବା ବେଳେ ଅନେକ ଘର ଗଛ ପଡ଼ି ଭାଙ୍ଗିଯାଇଛି । ଅନେକ ଫଳ ଦୋକାନ ପବନରେ ଉଡିଯାଇଛି । ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହେବାରୁ ମାଲକାନଗିରି ସହରକୁ କିଛି ସମୟ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *