ଡବ୍ଲୁ୍ୟଏମ୍ଓ ଉପାଧ୍ୟକ୍ଷ ଦୌଡ଼ରେ ମୃତୁ୍ୟଞ୍ଜୟ
ଭୁବନେଶ୍ୱର,୩୧ା୫(ବୁ୍ୟରୋ): ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁ୍ୟଏମ୍ଓ)ର ତୃତୀୟ ଉପସଭାପତି ନିର୍ବାଚନରେ ଭାରତ ପକ୍ଷରୁ ଲଢ଼ୁଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିଦେ୍ର୍ଦଶକ ତଥା ଓଡ଼ିଆ ପୁଅ ଡ.ମୃତ୍ୟୁଞ୍ଜୟ ମହାପାତ୍ର । ବର୍ତ୍ତମାନ ସେ ଡବ୍ୟ୍ଲୁଏମ୍ଓର ସ୍ଥାୟୀ ସଦସ୍ୟ ଭାବେ ଭାରତକୁ ପ୍ରତିନିଧତ୍ୱ କରୁଛନ୍ତି । ଏହା ପୂର୍ବରୁ ସେ ଡବ୍ୟ୍ଲୁଏମ୍ଓର ବିଭିନ୍ନ କମିଟିରେ ଥିଲେ । କିଛି ନିର୍ଦ୍ଦିଷ୍ଟ କମିଟିରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି ।
ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଡ. ମହାପାତ୍ର ୩୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହାଇଥିବା ୯୦ରୁ ଊଦ୍ଦ୍ୱର୍୍ୱ ବାତ୍ୟା ସମ୍ପର୍କରେ ସେ ଆକଳନ କରିଛନ୍ତି । ଭାରତରେ ସେ ‘ସାଇକ୍ଲାନ୍ ମ୍ୟାନ’ ଭାବେ ପରିଚୟ ପାଇଛନ୍ତି । ଡବ୍ୟ୍ଲୁଏମ୍ଓ କାର୍ଯ୍ୟକାରୀ କମିଟିରେ ଜଣେ ଅଧ୍ୟକ୍ଷ ରହୁଥିବା ବେଳେ ୩ ଜଣ ଉପାଧ୍ୟକ୍ଷ ରହିଥାନ୍ତି । ବର୍ତ୍ତମାନ ତୃତୀୟ ଉପାଧ୍ୟକ୍ଷ ପଦବୀଟି ଖାଲି ରହିଥିବା ବେଳେ ଡ. ମହାପାତ୍ର ନିର୍ବାଚନ ଲଢ଼ୁଛନ୍ତି ।ଯଦି ସେ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ସେ ୪ ବର୍ଷ ପାଇଁ କାର୍ଯ୍ୟକାଳ ତୁଲାଇବେ । ଆସନ୍ତା ୧ ତାରିଖରେ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ।