ଡୁ୍ୟଟିବେଳେ ମୃତୁ୍ୟ ହେଲେ ମିଳିବ ୧ଠ ଲକ୍ଷ

ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି
ଭୁବନେଶ୍ୱର,୩୧ା୫(ବୁ୍ୟରୋ): ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପା ସହାୟତା ରାଶିର ପରିମାଣ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
ଦାୟିତ୍ୱ ପାଳନ ସମୟରେ କର୍ମଚାରୀଙ୍କ ମୃତୁ୍ୟ ଘଟିଲେ ସହାୟତା ରାଶି ଆକାରରେ ୪ ଲକ୍ଷ ପରିବର୍ତ୍ତେ ୧୦ ଲକ୍ଷ ଟଙ୍କା ଦିଆଯିବ । ଆଘାତ ଯେଗୁଁ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୨ ଲକ୍ଷ ରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅଂଶିକ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *