ପୁଣି ଦେଶବିରୋଧୀ ମନ୍ତବ୍ୟ ଦେଲେ ରାହୁଲ
ସାନ୍ ଫ୍ରାନ୍୍ସିସ୍କୋ, ୩୧ ।୫: ବିଦେଶ ମାଟିରେ ସ୍ୱଦେଶକୁ ପୁଣି ଥରେ ନିନ୍ଦା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନିକଟରେ ଉଦ୍ଘାଟିତ ନୂତନ ସଂସଦ ଭବନକୁ ବୋଗସ୍ କହିବା ସହ ଭାରତରେ ମୁସଲିମ୍, ଖ୍ରୀଷ୍ଟିୟାନ, ଶିଖ୍ କେହି ମଧ୍ୟ ସୁରକ୍ଷିତ ନୁହନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତିି ରାହୁଲ୍ । ଭାରତ ସରକାରଙ୍କୁ ନିନ୍ଦା କରି ସେ କହିଛନ୍ତି ଲୋକଙ୍କୁ ପ୍ରକୃତ ପ୍ରସଙ୍ଗରୁ ଦୂରେଇ ରଖିବା ପାଇଁ ଏହା ଏକ ଡ୍ରାମା ।
୬ ଦିନିଆ ଆମେରିକା ଗସ୍ତରେ ଯାଇଥିବା ରାହୁଲ ବୁଧବାର ଆମେରିକାର ସାନଫ୍ରାନସିସ୍କୋଠାରେ କଂଗ୍ରେସ ବିଦେଶ ସଂଗଠନ ପକ୍ଷରୁ ଆୟୋଜିତ ‘ମୋହବତ୍ କି ଦୁକାନ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି, ଭାରତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କ ଠାରୁ ମଧ୍ୟ ଅଧିକ ଜାଣିଥିବା ଭାବନ୍ତି । ସେମାନେ ଭଗବାନଙ୍କ ସହ ବିସପାରିବେ ଓ କ’ଣ ସବୁ ·ଲିଛି, ସେକଥା ମଧ୍ୟ ବୁଝାଇ ପାରିବେ । ସେମାନେ ଐତିହାସିକଙ୍କୁ ଇତିହାସ, ବୈଜ୍ଞାନିକଙ୍କୁ ବିଜ୍ଞାନ ଓ ସେନାକୁ ଯୁଦ୍ଧ ବିଷୟରେ ପାଠପାଇବାକୁ ସକ୍ଷମ ବୋଲି ଭାବନ୍ତି । ସେଭଳି ଲୋକଙ୍କ ମଧ୍ୟରୁ ଗୋଟିଏ ନମୁନା ହେଲେ ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କୁ ଯଦି ଭଗବାନଙ୍କ ପାଖରେ ବସାଇ ଦିଅ ।ଯିବ, ତା’ହେଲେ ତାଙ୍କୁ ମଧ୍ୟ ପୂରା ବ୍ରହ୍ମାଣ୍ଡ ବିଷୟରେ ସେ ବୁଝାଇବା ଆରମ୍ଭ କରିଦେବେ । ଆପଣ ଯଦି ମୋଦିଜୀଙ୍କୁ ଭଗବାନଙ୍କ ସହ ବସାଇ ଦେବେ, ତା’ହେଲେ ସେ ଭଗବାନଙ୍କୁ ମଧ୍ୟ ବ୍ରହ୍ମାଣ୍ଡ କେମିତି କାମ କରୁଛି, ସେକଥା ବୁଝାଇବା ଆରମ୍ଭ କରିଦେବେ । ଏହା ଶୁଣି ଭଗବାନ ମଧ୍ୟ ସେ କ’ଣ ସବୁ ସୃଷ୍ଟି କରିଛନ୍ତି, ତା’କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେ । ସେମାନେ ଭାବୁଛନ୍ତି ଯେ ସେମାନେ ଐତିହାସିକଙ୍କୁ ଇତିହାସ, ବୈଜ୍ଞାନିକଙ୍କୁ ବିଜ୍ଞାନ ଓ ସେନାକୁ ଯୁଦ୍ଧ ବିଷୟରେ ପାଠପାଇ ପାରିବେ । କିନ୍ତୁ ଏହା ସବୁ ଅଳ୍ପଜ୍ଞାନୟ ସେମାନେ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି ।
ରାହୁଲ ଭାରତ ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିଛନ୍ତି । ସେନଗୋଲ ପ୍ରତିଷ୍ଠା କରିବା ଭାରତ ସରକାରଙ୍କ ଏକ ନାଟକ ବୋଲି ସେ ଅ ।କ୍ଷେପ କରିଛନ୍ତି । ଏପରିକି ନୂତନ ସଂସଦ ଉଦଘାଟନ ଏବଂ ସେନଗୋଲ ସ୍ଥାପନକୁ ନିନ୍ଦା କରି ସେ କହିଛନ୍ତି ଏହା ଲୋକଙ୍କୁ ପ୍ରକୃତ ପ୍ରସଙ୍ଗରୁ ଦୂରେଇ ରଖିବା ପାଇଁ ଏକ ଡ୍ରାମା । ବେକାରି, ମୂଲ୍ୟ ବୃଦ୍ଧି ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦର ଉଦଘାଟନ, ସେନଗୋଲ ଦ୍ୱାରା ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ବେକାରି, ମୂଲ୍ୟ ବୃଦ୍ଧି ଏବଂ ଶିକ୍ଷା ପରି ଦେଶର ପ୍ରକୃତ ପ୍ରସଙ୍ଗ ଉପରେ ବିଜେପି ଆଲୋଚନା କରିପାରିବ ନାହିଁ । ମୁସଲମାନ, ଶିଖ, ଖ୍ରୀଷ୍ଟିଅ ।ନ ଏବଂ ଦଳିତଙ୍କ ପରି ସମ୍ପ୍ରଦାୟ ଆକ୍ରମଣର ଶିକାର ହେଉଛନ୍ତି ।
ରାହୁଲ ଗାନ୍ଧିଙ୍କ ଏପରି ବୟାନକୁ ବିଜେପି ତୀବ୍ର ସମାଲୋଚନା କରିଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦାବି କରିନ୍ତିି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜର ବିଦେଶ ଗସ୍ତ ସମୟରେ ଭାରତକୁ ଅପମାନିତ କରିଛନ୍ତି । ସେ କହିଛନ୍ତି, ନିଜର ବିଦେଶ ଗସ୍ତ ସମୟରେ ରାହୁଲ ଗାନ୍ଧି ଭାରତକୁ ଅପମାନିତ କରିଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଭାରତକୁ ଅପମାନିତ କରିଛନ୍ତି । ସେ ଭାରତର ବିକାଶଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି । ପୂରା ବିଶ୍ୱ ଆମର ଅଭିବୃଦ୍ଧିକୁ ସାବାସି ଦେଉଥିବା ବେଳେ ରାହୁଲ ଗାନ୍ଧି ଭାରତର ଛବିକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ୨୪ ଜଣ ସାଂସଦ ଓ ରାଷ୍ଟ୍ରପତିଙ୍କୁ ଭେଟିବା ସହ ବିଦେଶ ଗସ୍ତ ସମୟରେ ୫୦ରୁ ଅଧିକ ବୈଠକ କରିଛନ୍ତି । ଅନେକ ବିଶ୍ୱସ୍ତରୀୟ ନେତା ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ନେତା ବୋଲି କହିଛନ୍ତି ।