ରାଜ୍ୟରେ କଦଳୀ ଚାଷ ଉଧେଇପାରୁନି

ଭୁବନେଶ୍ୱର,୩୧ା୫ (ତଥ୍ୟ) ଦେଶରେ କଦଳୀ ଉତ୍ପାଦନ ବୃଦ୍ଧି ପାଉଥିବାବେଳେ ଓଡିଶାରେ କିନ୍ତୁ ଏହି ଚାଷ ଉଧେଇ ପାରୁନାହିଁ । ଫଳରେ ବର୍ଷ ସାରା କଦଳୀ ପାଇଁ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ।
କଦଳୀ ଚାଷ ପାଇଁ ଓଡିଶାର ଜଳବାୟୁ ଅନୁକୂଳ ଥିଲେ ମଧ୍ୟ ଗତ ଛଅବର୍ଷ ତଳେ ଓଡିଶାରେ ଯେତିକି ଜମିରେ କଦଳୀ ଚାଷ ହେଉଥିଲା ତାହା ଏବେ ହ୍ରାସ ପାଇଛି । ୨୦୧୬-୧୭ ମସିହାରେ ଓଡିଶାରେ ୨୪.୫ ହଜାର ହେକ୍ଟର ଜମିରେ କଦଳୀ ଚାଷ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୨୩.୬ ହଜାର ହେକ୍ଟରକୁ ହ୍ରାସ ପାଇଛି କିନ୍ତୁ ଆମର ପଡୋଶୀ ରାଜ୍ୟର ଆନ୍ଧ୍ରପ୍ରଦେଶରେ କଦଳୀ ଚାଷ ଜମି ପରିମାଣ ୨୦୨୧-୨୨ ବର୍ଷରେ ଏକ ଲକ୍ଷ ହେକ୍ଟର ଟପିଯାଇଥିବାବେଳେ କେରଳରେ ଏହା ପ୍ରାୟ ଏକ ଲକ୍ଷ ୧୨ହଜାର ହେକ୍ଟର ଅଞ୍ଚଳ ରହିଛି । ଏହି ବର୍ଷ ଓଡିଶାରେ ୫ଲକ୍ଷ ଟନ୍‌ କଦଳୀ ଉତ୍ପାଦନ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରେ ୬୨ଲକ୍ଷ ଟନ୍‌ କଦଳୀ ଉତ୍ପାନ ହୋଇଥିଲା । ପଶ୍ଚିମବଙ୍ଗରେ ୧୨ଲକ୍ଷ ଟନ୍‌ କଦଳୀ ଉତ୍ପାଦନ ହୋଇଥିଲା ।
ତେବେ ୨୦୧୬-୧୭ ବର୍ଷରେ ସମଗ୍ର ଦେଶରେ ୩୦୪ ଲକ୍ଷ ଟନ୍‌ କଦଳୀ ଫଳିଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୩୫୦ଲକ୍ଷ ଟନ୍‌କୁ ବୃଦ୍ଧି ପାଇଛି । କଦଳୀ ଉତ୍ପାଦନ କ୍ଷେତ୍ରରେ ସମଗ୍ର ଦେଶରେ ଆନ୍ଧ୍ରପ୍ରଦେଶ ଓ କେରଳ ସବୁଠାରୁ ଆଗରେ ରହିଥିବାବେଳେ ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ପଶ୍ଚିବଙ୍ଗ, ଆସାମ ଓ ଛତିଶଗଡ ଭଳି ରାଜ୍ୟ ଓଡିଶା ଠାରୁ ଢେର ଆଗରେ ଅଛନ୍ତି ।
କଦଳୀ ଚାଷ ପାଇଁ ଯଦିଓ ସେଭଳି କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ କିମ୍ବା ମିଶନ ନାହିଁ ତଥାପି କେନ୍ଦ୍ର ସରକାରଙ୍କ ସମନ୍ୱିତ ଉଦ୍ୟାନ କୃଷି ବିକାଶ ମିଶନ ଜରିଆରେ ଏଥିପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଇଥାଏ । ଏହାବାଦ୍‌ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ, ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି, ଆତ୍ମା ଆଦି ଯୋଜନା ଜରିଆରେ କଦଳୀ ଚାଷୀମାନଙ୍କୁ ପ୍ରୋସôାହନ ଯୋଗାଇ ଦିଆଯାଇଥାଏ ତେବେ ସମସ୍ତ ପ୍ରକାର ଅନୁକୂଳ ଜଳବାୟୁ ସତ୍ୱେ ଓଡିଶାରେ କଦଳୀ ଚାଷ ସେତେଟା ଉସôାହଜନକ ହେଉନଥିବାରୁ ବର୍ଷସାରା କଦଳୀ ପାଇଁ ଓଡିଶା ମୁଖ୍ୟତଃ ପଡୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ । ଆନ୍ଧ୍ରରୁ କଦଳୀ ଗାଡି ନଆସିଲେ ଓଡିଶାରେ ଠାକୁରଙ୍କ ନିକଟରେ କଦଳୀ ଭୋଗ ଲାଗିପାରୁନଥିବା ଦେଖିବାକୁ ମିଳୁଛି । ସେହିଭଳି କେରଳର କଦଳୀଜାତ ସାମଗ୍ରୀ ସମଗ୍ର ଦେଶରେ ବିକ୍ରି ହେଉଥିବାବେଳେ ଓଡିଶାର କଦଳୀ ବଜାରକୁ କିନ୍ତୁ ଅନ୍ୟ ରାଜ୍ୟର ଚାଷୀ ଓ ବ୍ୟବସାୟୀମାନେ ନିୟନ୍ତ୍ରଣ କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *