ମାଟି୍ରକ ପାସ୍ଙ୍କୁ କୋଚିଂ ସେଣ୍ଟର ଥୋପ
ଭୁବନେଶ୍ୱର,୩୦ା୫ (ତଥ୍ୟ): ଚଳିତବର୍ଷ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ମାଟି୍ରକ ପାଶ୍ କରିଥିବାବେଳେ ସେମାନଙ୍କୁ ଏବେ ନାମଲେଖା ଚିନ୍ତା ଘାରିଛି । ଏହି ମଉକାରେ ମାଟି୍ରକ ଉତ୍ତୀର୍ଣର୍ମାନଙ୍କୁ ନିଜ ନିଜ କୋଚିଂ ସେଣ୍ଟର ଓ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନକୁ ନେବାପାଇଁ ଘରୋଇ ସଂସ୍ଥାଗୁଡିକ ଲାଗି ପଡିଛନ୍ତି । ଚଳିତବର୍ଷ ମାଟି୍ରକ ପରୀକ୍ଷାରେ ୯୬.୪ ପ୍ରତିଶତ ଫଳାଫଳ ହୋଇଥିବାବେଳେ ୫.୧୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଏତେ ସଂଖ୍ୟକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ଦୁଇ ଶ୍ରେଣୀରେ ସିଟ୍ ନାହିଁ । ପାଖାପାଖି ୧୫ହଜାର ସିଟ୍ ଅଭାବ ନେଇ ଆକଳନ କରାଯାଇଛି । ରାଜ୍ୟ ସରକାର ଆସନ ବଢାଇବାପାଇଁ ଯୋଜନା କରୁଥିବାବେଳେ ଗାଁ ଗହଳର ଛାତ୍ରଛାତ୍ରୀ ବିଶେଷକରି ଯେଉଁମାନେ ନିକଟସ୍ଥ କଲେଜରେ ନାମଲେଖା ନେଇ ସନ୍ଦିହାନ ଅଛନ୍ତି ସେମାନଙ୍କୁ କୋଚିଂ ସେଣ୍ଟରକୁ ଆଣିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
କଲେଜରେ ନାମଲେଖାର ସୁଯୋଗ ନପାଇଲେ ବି କୋଚିଂ ସେଣ୍ଟରରେ ସେମାନେ ଭଲ କୋଚିଂ ନେଇ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇ ଦେବେ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇବାରେ ଲାଗିଛନ୍ତି । ସେହିଭଳି ଘରୋଇ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ଏ ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି । ତେବେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଅନଲାଇନ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଛାତ୍ରଛାତ୍ରୀମାନେ କେଉଁ କଲେଜରେ ଆବେଦନ କରିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି । କାରଣ ଯେଉଁ ହାରରେ ଚଳିତବର୍ଷ ଫଳାଫଳ ହୋଇଛି ଓ ଯେତେ ଛାତ୍ରଛାତ୍ରୀ ଉତ୍ତୀର୍ଣର୍ ହୋଇଛନ୍ତି ସେହି ଅନୁଯାୟୀ ଯୁକ୍ତ ଦୁଇ ସ୍ତରରେ ସିଟ୍ ନାହିଁ । ତେଣେ ଗାଁ ଗହଳର ଛାତ୍ରଛାତ୍ରୀମାନେ ଘର ଠାରୁ ଦୂରରେ ପଢିବା ପାଇଁ ଅରାଜି । ଏହାର ମୁଖ୍ୟ କାରଣ ହେଉଛି ଆର୍ଥିକ ସମସ୍ୟା । କାରଣ ଅଭିଭାବକମାନେ ସେମାନଙ୍କ ପାଠପଢା ଖର୍ଚ୍ଚ ଉଠାଇବାକୁ ବହୁ ସ୍ଥାନରେ ଅସମର୍ଥ ଅଟନ୍ତି ।
ତେବେ ଯେଉଁମାନେ ନାମଲେଖା ନେଇ ସନ୍ଦିହାନ ଅଛନ୍ତି ଓ ନାମଲେଖାରୁ ବଞ୍ଚିତ ହେବେ ସେମାନଙ୍କୁ କୌଣସି ପ୍ରକାରେ ବୁଝାଇ ସୁଝାଇ ନିଜ ନିଜ କୋଚିଂ ସେଣ୍ଟର ଓ ଘରୋଇ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନକୁ ଆଣିବାକୁ ଉଦ୍ୟମ ଜୋରଦାର ହୋଇଛି । ଣୁ ରାଜ୍ୟ ସରକାର ଏଭଳି କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନ ଉପରେ ନଜର ରଖିବା ସହିତ ଏମାନେ କେଉଁ ହାରରେ ଅର୍ଥ ଆଦାୟ କରୁଛନ୍ତି ତାହାର ତଦାରଖ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।
ଅନ୍ୟ ପକ୍ଷରେ ଚଳିତବର୍ଷ ଖାଲିରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି, ୩୨୨୨ ହାଇସ୍କୁଲରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ୯୭.୦୫ ପ୍ରତିଶତ ଛାତ୍ର ଓ ୯୫.୭୫ ପ୍ରତିଶତ ଛାତ୍ରୀ ମଧ୍ୟ ଉତ୍ତୀର୍ଣର୍ ହୋଇଛନ୍ତି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଏବେ କିଭଳି କେଉଁଠି ପଢିବେ ତାହାକୁ ନେଇ ସମସ୍ତେ ଚିନ୍ତାରେ ଥିବାବେଳେ ଘରୋଇ ଅନୁଷ୍ଠାନମାନଙ୍କର ଏଭଳି ଉଦ୍ୟମରେ ବହୁ ଗରିବ ପରିବାର ଫସିବାର ଆଶଙ୍କା କରାଯାଉଛି ।