ଜଳିଗଲେ ୬ ଠିକା ଶ୍ରମିକ

ଧନବାଦ, ୨୯ା୫: ଝାଡଖଣ୍ଡର ଧାନବାଦ୍ଠାରେ ରେଳବାଇର ଅସାବଧାନତା ଯୋଗୁଁ ଏକ ବଡ ଦୁର୍ଘଟଣା ଘଟିଛି । ଖୁଣ୍ଟ ପୋତାଯିବା ବେଳେ ୬ ଜଣ ଠିକା ଶ୍ରମିକ ୨୫ ହଜାର ଭୋଲ୍ଟ ବିଦୁ୍ୟତ ପ୍ରବାହିତ ହାଇଟେନ୍ସନ୍ ଲାଇନ୍ ସଂସ୍ପର୍ଶରେ ଆସିବାରୁ ମୁହୂର୍ତ୍ତକ ମଧ୍ୟରେ ଜଳିଯାଇଛନ୍ତି । ଧନବାଦ ରେଳମଣ୍ଡଳ ଅନ୍ତର୍ଗତ ତେତୁଲମାରି ଓ ନିଚିତପୁର ଷ୍ଟେସନ୍ ମଝିରେ ଦୁର୍ଘଟଣା ଘଟିଛି ।
ଶ୍ରମିକମାନେ ଖୁଣ୍ଟ (ମାଷ୍ଟ) ଛିଡା କରାଇବା ବେଳେ ଉପରେ ଯାଇଥିବା ହାଇଟେନ୍ସନ୍ ତାରରେ ତାହା ଲାଗିଯିବାରୁ ଦୁର୍ଘଟଣା ଘଟିଲା । ଡିଆର୍ଏମ୍ଙ୍କ ସମେତ ଆର୍ପିଏଫ୍ ଓ ସ୍ଥାନୀୟ ପୁଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରୁଛନ୍ତି । ଶବଗୁଡିକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି । ମୃତ ଶ୍ରମିକମାନେ ଗଢୱା ଓ ପଲାମୁ ଏହ୍ଲାବାଦ୍ ଇଲାକାର ଅଧିବାସୀ । ଜଣେ ଶ୍ରମିକ କହିଛନ୍ତି, ସେମାନଙ୍କୁ ସୁରକ୍ଷା କିଟ୍ ଦିଆଯାଇ ନ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *