ଜୁଲାଇରେ ଚନ୍ଦ୍ରଯାନ-୩ ଲଞ୍ଚ୍

ନୂଆଦିଲ୍ଲୀ (ଏଜେନ୍ସି): ଆସନ୍ତା ଜୁଲାଇରେ ଚନ୍ଦ୍ରଯାନ-୩ ଲଞ୍ଚ୍ କରାଯିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅଧ୍ୟକ୍ଷ ଏସ୍ ସୋମନାଥ ସୋମବାର କହିଛନ୍ତି, ଏହି ମିଶନର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚôଛି । ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟରରେ ପେଲୋଡ୍କୁ ଏକୀକୃତ କରାଯାଉଛି । ଦେଶର ସବୁଠାରୁ ଭାରି ରକେଟ୍, ଲଞ୍ଚ୍ ଭେୟିକଲ୍ ମାର୍କ-୩ ସାହାଯ୍ୟରେ ଜୁଲାଇ ମଧ୍ୟଭାଗ ସୁଦ୍ଧା ଲଞ୍ଚିଂ ଲକ୍ଷ୍ୟ ରଖାଯାଇଛି । ଉଲ୍ଲେଖଯୋଗ୍ୟ, ଚନ୍ଦ୍ରଯାନ-୨ ମିଶନ ୨୦୧୯ରେ ଲଞ୍ଚ୍ କରାଯାଇଥିଲା । ସେଥିରେ ଥିଲା ଅର୍ବିଟର, ଲାଣ୍ଡର ଓ ରୋଭର୍ । ଅର୍ବିଟର ତ୍ରୁଟିପୂର୍ଣ୍ଣଭାବେ କାମ କରିବାରୁ ଲାଣ୍ଡର ଓ ରୋଭର୍ ଦୁର୍ଘଟଣାଗ୍ରସ୍ତ ହେଲା । ଚନ୍ଦ୍ରଯାନ-୩ରେ କେବଳ ଗୋଟିଏ ଲାଣ୍ଡର ଓ ଗୋଟିଏ ରୋଭର୍ ଲଞ୍ଚ୍ କରାଯିବ । ଆମେରିକାର ନାସା ସହ ମିଶି ସିନ୍ଥେଟିକ୍ ଆପାର୍ଚର ରାଡାର ମିଶନ ଲଞ୍ଚ୍ ପାଇଁ ମଧ୍ୟ କାମ ଚାଲିଛି । ଲଞ୍ଚିଂ ପୂର୍ବରୁ ଗଗନଯାନ-୨ ମଡୁ୍ୟଲ୍ ମିଶନର ଟେଷ୍ଟିଂ ହେବ । ଏନେଇ ନୌସେନା ସହ ଆଲୋଚନା ଚାଲିଛି । ପୂର୍ବ ଅସଫଳତା ସମ୍ପର୍କରେ ସୋମନାଥ କହିଛନ୍ତି, ପ୍ରତିଥର ଆମେ ସଫଳ ହେବୁ ବୋଲି କହିହେବ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *