ଟିଏମ୍ସିରେ ଯୋଗଦେଲେ ଏକମାତ୍ର ବିଧାୟକ ବାୟରନ୍
ବଙ୍ଗ ବିଧାନସଭା କଂଗ୍ରେସମୁକ୍ତ
କୋଲକାତା, ୨୯ା୫: ପଶ୍ଚିମବଙ୍ଗରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ବଙ୍ଗ ବିଧାନସଭା ହୋଇଛି କଂଗ୍ରେସମୁକ୍ତ । ରାଜ୍ୟ ବିଧାନସଭାକୁ ନିର୍ବାଚିତ ଏକମାତ୍ର କଂଗ୍ରେସ ବିଧାୟକ ବାୟରନ ବିଶ୍ୱାସ ଟିଏମସିରେ ସାମିଲ ହୋଇଛନ୍ତି । ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ବିଶ୍ୱାସ ସୋମବାର ଦଳରେ ଯୋଗ ଦେଇଛନ୍ତି ।
ନିର୍ବାଚନ ଜିତିବାର ତିନି ମାସ ମଧ୍ୟରେ ସେ ଟିଏମସିରେ ସାମିଲ ହୋଇଛନ୍ତି । ବିଶ୍ୱାସ ବିଧାନସଭରେ ଏକମାତ୍ର କଂଗ୍ରେସ ବିଧାୟକ ଥିଲେ । ଏଭଳି ପରିସ୍ଥିତିରେ ସେ ଦଳ ବଦଳ ବିରୋଧୀ ଆଇନର ଅଧୀନରେ ଆସିବେ ନାହିଁ ।
କଂଗ୍ରେସ ବିଧାୟକ ଟିଏମସିରେ ଯୋଗଦେବା ପରେ ଦଳ ତାଙ୍କୁ ହୃଦୟ ସହିତ ସ୍ୱାଗତ କରିଛି । ଟିଏମ୍ସି କହିଛି, ବିଜେପିର ବିଭାଜନକାରୀ ରାଜନୀତି ବିରୁଦ୍ଧରେ ଲଢିବା ପାଇଁ ବିଶ୍ୱାସ ଠିକ୍ ପ୍ଲାଟଫର୍ମ ବାଛିଛନ୍ତି । ଟିଏମସି ନେତା ଅଭିଷେକ ବାନାର୍ଜୀ କହିଛନ୍ତି ବିଶ୍ୱାସ ଅନୁଭବ କରିଛନ୍ତି ଯେ ଟିଏମସି ହେଉଛି ଏକମାତ୍ର ଶକ୍ତି ଯାହା ବଙ୍ଗଳାରେ ବିଜେପି ସହ ଲଢି ପାରିବ ।