ଦୁର୍ଘଟଣାରେ ୭ ଇଞ୍ଜିନିୟରିଂ ଛାତ୍ର ମୃତ
ଗୌହାଟୀ (ଏଜେନ୍ସି): ଗୌହାଟୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ଇଞ୍ଜିନୟରିଂ ଛାତ୍ରଙ୍କ ମୃତୁ୍ୟ ଘଟିଛ । ଆଉ ୬ ଜଣ ହସ୍ପିଟାଲରେ ମୃତୁ୍ୟ ସହ ସଂଘର୍ଷ ଚଳାଇଛନ୍ତି । ଏକ ଦ୍ରୁତଗାମୀ ସ୍କପ୍ରିଓ ଏୟୁଭି ଡିଭାଇଡର୍ ଡେଇଁ ବିପରୀତ ଦିଗରୁ ଆସୁଥିବା ପିକ୍ଅପ୍ ଭ୍ୟାନ୍କୁ ଧକ୍କା ଦେବାରୁ ଉଭୟ ଗାଡ଼ି ଚୂରମାର ହୋଇଯାଇଛି । ଗୌହାଟୀ ସହର ଜାଲୁକବାରି ଫ୍ଲାଏଓଭର୍ ନିକଟରେ ସୋମବାର ସକାଳେ ଏହି ଦୁର୍ଘଟଣା ଘଟିଛି । କୌଣସି କାରଣରୁ ଦ୍ରୁତଗତିରେ ଯାଉଥିବା ଏସ୍ୟୁଭି ଡିଭାଇଡର୍ ଟପି ଅପର ପାଶ୍ୱର୍କୁ ଯାଇ ପିକ୍ଅପ୍କୁ ଧକ୍କା ଦେଇଥିଲା । ଏସ୍ୟୁଭିରେ ଆସାମ ଇଞ୍ଜିନିୟରିଂ କଲେଜର ୧୦ ଜଣ ଛାତ୍ର ଥିଲେ । ସ୍କପ୍ରିଓର ବେଗ ଅଧିକ ଥିବାରୁ ଏହା ଭାରସାମ୍ୟ ହରାଇ ଡିଭାଇଡର୍ ଭାଙ୍ଗି ପିକ ଅପ୍କୁ ଧକ୍କା ଦେଇଥିଲା ବୋଲି ପୁଲିସ କହିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଗାଡ଼ି ଦୁର୍ଘଟଣାସ୍ଥଳରେ ଚୂରମାର ହୋଇ ଯାଇଛି । ସ୍କପ୍ରିଓରେ ଥିବା ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କଣ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିଲା । ପିକ୍ଅପ୍ରେ ଥିବା ୩ ଆରୋହୀ ଓ ୩ ଛାତ୍ରଙ୍କୁ ଗୌହାଟୀ ମେଡିକାଲ କଳେଜ୍ରେ ଭର୍ତ୍ତି କରାଯାଇଛି । ୨ ଜଣ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ମୃତ ଛାତ୍ରମାନେ ହେଲେ ଦୀବ୍ରୁଗଡ଼ର ଇମନ ବରୁଆ, ଶିବସାଗରର କୌଶିକ ମୋହନ, ଗୌହାଟୀର ଅରିନ୍ଦମ ଭୁଆଲ, ନିୟୋର ଡେକା, ନାଗାଁଓର ଉପାଂଶୁ ଶର୍ମା, ରାଜକିରଣ ଭୁୟାଁ ଓ ମଙ୍ଗଲଦୋଇର କୌଶିକ ବରୁଆ ।