ପ୍ରେମିକାକୁ ୨୧ ଥର ଛୁରି ଭୁସିଲା

ଦିଲ୍ଲୀ ହରର୍
ନୂଆଦିଲ୍ଲୀ (ଏଜେନ୍ସି): ରାଜଧାନୀ ଦିଲ୍ଲୀରେ ଛାତି ଥରାଇ ଦେବା ଭଳି ଲଭ୍ ଜିହାଦ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକ ନିଜର ୧୬ ବର୍ଷୀୟ ପ୍ରେମିକାଙ୍କୁ ସାହିଲ (୨୦) ନାମକ ଯୁବକ ସର୍ବ ସମ୍ମୁଖରେ ୨୧ ଥର ଛୁରି ଭୁଷିଥିଲା । ଏତିକିରେ ମନ ଶାନ୍ତି ନହେବାରୁ ତାଙ୍କ ମୁଣ୍ଡକୁ ବଡ଼ ପଥରରେ ବାରମ୍ବାର ଛେଚିଥିଲା । ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଏହି ଲୋମହର୍ଷକ ଘଟଣା ଘଟିଛି । ହତ୍ୟାକାଣ୍ଡର ଭିଡିଓ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ଉପରାଜ୍ୟପାଳ ଜନଜୀବନର ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଶାହବାଦ ଡାଏରୀ ଅଞ୍ଚଳର ଜେଜେ କଲୋନୀରେ ରହୁଥିବା ନାବାଳିକା ଓ ସାହିଲ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଶନିବାର କୌଣସି କାରଣ ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରବିବାର ପୀଡ଼ିତା ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଉଥିବା ସମୟରେ ସାହିଲ ତାଙ୍କୁ ଅଟକାଇ ମାର୍ପିଟ କରିଥିଲା । ସେ କାନ୍ଦୁଥିବା ସମୟରେ ବାରମ୍ବାର ଛୁରି ଭୁଷି ·ଲିଥିଲା । ନାବାଳିକା ତଳେ ପଡ଼ି ଚିକ୍ରାର କରୁଥିବା ବେଳେ ସାହିଲ ରାସ୍ତା କଡ଼ରେ ପଡ଼ିଥିବା ବଡ଼ ପଥର ଖଣ୍ଡ ଆଣି ତାଙ୍କ ମୁଣ୍ଡରେ ଛେଚିବାରେ ଲାଗିଥିଲା । ମରିଯିବା ପରେ ମଧ୍ୟ ତାଙ୍କୁ ଗୋଇଠା ମଧ୍ୟ ମାରି ଚାଲିଥିଲା ସାହିଲ । ୯୦ ସେକେଣ୍ଡର ଭିଡିଓ ଦୃଶ୍ୟ ଅନୁଯାୟୀ, ନାବାଳିକାଙ୍କୁ ବିଚ୍ ରାସ୍ତାରେ ଛୁରି ଭୁଷିବା ଓ ପଥରରେ ଛେଚିବା ବେଳେ ଅନେକ ଲୋକ ଦେଖିଥିଲେ । ରାସ୍ତାରେ ଲୋକମାନେ ଯିବା ଆସିବା କରୁଥିଲେ ହେଁ କେହି ତାଙ୍କୁ ଉଦ୍ଧାର କରି ନ ଥିଲେ । ଲୋକଙ୍କ ଏଭଳି ଆଚରଣ ବୁୂଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି । ହତ୍ୟାକାଣ୍ଡ ପରେ ସାହିଲ ଫେରାର ହୋଇଯାଇଥିଲା । ତା’କୁ ଉତ୍ତର ପ୍ରଦେଶର ବୁଲନ୍ଦସହରରୁ ଗିରଫ କରାଯାଇଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ନାବାଳିକାଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯିବା ଦୁଭାର୍ଗ୍ୟଜନକ ଘଟଣା । ଅପରାଧୀଙ୍କର ପୁଲିସ୍ ପ୍ରତି ଆଦୌ ଭୟ ନାହିଁ । ଉପରାଜ୍ୟପାଳ ଦିଲ୍ଲୀବାସୀଙ୍କ ସୁରକ୍ଷା ଲାଗି ପଦକ୍ଷେପ ନିଅନ୍ତୁ ।
ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ କହିଛନ୍ତି, ଦେଶର ରାଜଧାନୀ ମହିଳା ଓ ଝିଅମାନଙ୍କ ପାଇଁ ଅସୁରକ୍ଷିତ । ଅନେକ ଲୋକ ସେହି ରାସ୍ତାରେ ଯାଉଥିଲେୟ କିନ୍ତୁ କେହି ନାବାଳିକାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରି ନଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଉପରାଜ୍ୟପାଳ, ମହିଳା କମିଶନ ମୁଖ୍ୟ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ କରିବାକୁ ସେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *