ମଣିପୁରରେ ୪ଠ ବିଦ୍ରୋହୀ ନିହତ
ଇମ୍ଫାଲ୍, ୨୮ା୫: ମଣିପୁରରେ ପୁଲିସ ଓ ସେନା ବାହିନୀର ଯବାନମାନେ ରାଜ୍ୟରେ ହିଂସାକାଣ୍ଡରେ ଲିପ୍ତ ୪୦ ଜଣ ବିଦ୍ରୋହୀଙ୍କୁ ମାରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍ ସିଂହ ରବିବାର ଏହି ସୂଚନା ଦେଇ କହିଛନ୍ତି ଅନେକ ବିଦ୍ରୋହୀଙ୍କୁ ଗିରଫ କରାଯାଇଛି । ବିଦ୍ରୋହୀମାନେ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି ଏମ୍-୧୬, ଏକେ-୪୭, ସ୍ନାଇପର୍ ଗନ୍ ପ୍ରଭୃତି ଅତ୍ୟାଧୁନିକ ମାରଣାସ୍ତ୍ରରୁ ଗୁଳି ଚଳାଉଥିଲେ ଏବଂ ଲୋକଙ୍କ ଘର ପୋଡି ଦେଉଥିଲେ । ଅପରପକ୍ଷେ ପୁଲିସ୍ କହିଛି, ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଏନ୍କାଉଣ୍ଟର ଘଟି ୨ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ସୋମବାର ମଣିପୁର ଗସ୍ତରେ ଆସିବେ । ତାଙ୍କ ପୂର୍ବରୁ ସ୍ଥଳ ସେନାଧ୍ୟକ୍ଷ ମନୋଜ ପାଣ୍ଡେ ଶନିବାରଠାରୁ ମଣିପୁର ଆସି ସ୍ଥିତି ସମୀକ୍ଷା କରିଛନ୍ତି ।
ଶନିବାର ମଣିପୁର ପୁଲିସ୍ ସେଣ୍ଟ୍ରାଲ୍ ରାପିଡ୍ ଆକ୍ସନ ଫୋର୍ସର ୩ ଜଣ ଯବାନଙ୍କୁ ଗିରଫ କରିଥିଲା । ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୭୦ ଜଣ ପ୍ରାଣ ହରାଇଲେଣି ।