କୁଆଖାଇରେ ବୁଡ଼ିଗଲେ ଦୁଇ ଇଞ୍ଜିନିୟରିଂ ଛାତ୍ର
ବାଲିଅନ୍ତା, ୨୭ା୫ (ଆପ୍ର): ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ଦୁଇ ଇଞ୍ଜିନୟରିଂ ଛାତ୍ରଙ୍କର ସଲିଳ ସମାଧି ଘଟିଛି । ଶନିବାର ବିଳମ୍ବିତ ସନ୍ଧ୍ୟା ୭.୩୦ରେ ସ୍ମୃତି ସୌରଭ ପ୍ରଧାନ ଓ ସତ୍ୟଜିତ ଦାସ ଇନ୍ଦ୍ରପାଳ ନିକଟରେ କୁଆଖାଇରେ ଗାଧୋଇବା ସମୟରେ ବୁଡ଼ିଯାଇଥିଲେ ।
ନିକଟରେ ଥିବା ଲୋକମାନେ ଖୋଜାଖୋଜି କରିଥିଲେ ବି ସେମାନଙ୍କ ପତ୍ତା ପାଇ ନଥିଲେ । ବାଲିଅନ୍ତା ଦମକଳ କର୍ମଚାରୀ, ପୁଲିସ ଓ ସ୍ଥାନୀୟ ଲୋକେ ବହୁ ଖୋଖୋଜି ପରେ ଦୁହିଁଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇ ଶବ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ବାଲିଅନ୍ତା ଥାନା ଆଇଆଇସି ଯୁବରାଜ ସ୍ୱାଇଁ ସୂଚନା ଦେଇଛନ୍ତି । ଉଭୟଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଛି ।
ସ୍ମୃତିଙ୍କ ଘର ରାଜଧାନୀର ତମାଣ୍ଡୋରେ ହୋଇଥିବା ବେଳେ ସତ୍ୟଜିତଙ୍କ ଘର ରେଙ୍ଗାଳି ବୋଲି ଜଣାପଡ଼ିଛି ।