ଖଡ଼ଗେ ଓ କେଜରୀଙ୍କ ନାଁରେ ଅଭିଯୋଗ ଦାଖଲ

ରାଷ୍ଟ୍ରପତିଙ୍କ ଜାତି ନେଇ ଟିପ୍ପଣୀ
ନୂଆଦିଲ୍ଲୀ, ୨୭ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟମାନଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଦାଖଲ କରିଛନ୍ତି ସୁପ୍ରିମକୋର୍ଟର ଜଣେ ଓକିଲ ବିନୀତ ଜିନ୍ଦଲ । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତି ସମ୍ପର୍କରେ ପ୍ରରୋଚନାମୂଳକ ଟିପ୍ପଣୀ ଦେଇଛନ୍ତି । ଏହାଦ୍ୱାରା ବିଭିନ୍ନ ସଂପ୍ରଦାୟ ଓ ଗୋଷ୍ଠୀ, ବିଶେଷକରି ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବିଦ୍ୱେଷ ଓ ବିଶୃଙ୍ଖଳା ସୃଷ୍ଟି କରି ଭାରତ ସରକାରଙ୍କ ପାଇଁ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିବା ସହ ରାଜନୀତିକ ଫାଇଦା ହାସଲ ଉଦ୍ୟମ ହୋଇଛି ।
ଦିଲ୍ଲୀ ପୁଲିସ୍ ଆୟୁକ୍ତ ସଂଜୟ ଆରୋରାଙ୍କ ନିକଟରେ ଏହି ଅଭିଯୋଗପତ୍ର ଦିଆଯାଇଛି । ସେଥିରେ ଦର୍ଶାଯାଇଛି ଯେ ଆପିସିର ଧାରା ୧୨୧, ୧୫୩(ଏ), ୫୦୫ ଓ ୩୪ ଅନୁଯାୟୀ ଏହା ଏକ ଅପରାଧ । ସମ୍ପୃକ୍ତ ରାଜନେତାମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ତେବେ ଜିନ୍ଦଲଙ୍କ ଅଭିଯୋଗ ଉପରେ ଏତଲା ରୁଜୁ ହୋଇନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *