ଜୁନ୍ରେ ମେଟ୍ରୋ ଶିଳାନ୍ୟାସ
ଭୁବନେଶ୍ୱର, ୨୬ା୫(ବୁ୍ୟରୋ): ଭୁବନେଶ୍ୱର ରାଜଧାନୀ ଅଞ୍ଚଳ ପାଇଁ ମେଟ୍ରୋ ରେଳ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହୋଇଛି । ଜୁନ୍ରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ଟ୍ରେନ୍ର ଶିଳାନ୍ୟାସ କରିବେ । ୨୦୨୩ ଶେଷ ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛି । ସେହି ପରାମର୍ଶ ଆଧାରରେ ପ୍ରସ୍ତୁତ ହେଉଛି ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) । ଡିପିଆର୍ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।କେଉଁ ରୁଟ୍ରେ ମେଟ୍ରୋ ଟ୍ରେନ୍ ଯିବ ତାହା ଚିହ୍ନଟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବ । ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ୍ ଯିବା ଯୋଜନା କରାଯାଉଛି ।