ନୌସେନାର ଐତିହାସିକ ସଫଳତା
ନୂଆଦିଲ୍ଲୀ, ୨୫ା୫: ବାୟୁସେନାର ଏକ ମିଗ୍-୨୯କେ ଲଢୁଆ ବିମାନ ପ୍ରଥମ ଥର ପାଇଁ ରାତିରେ ନୌସେନାର ଯୁଦ୍ଧ ପୋତ ଆଇଏନ୍ଏସ୍ ବିକ୍ରାନ୍ତରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି । ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବାୟୁସେନା ପକ୍ଷରୁ ସଫଳତା ନେଇ ଟ୍ୱିଟ୍ କରାଯିବା ସହ ଏକ ଭିଡିଓ ଅପଲୋଡ୍ କରାଯାଇଛି । ଆଇଏନ୍ଏସ୍ ବିକ୍ରାନ୍ତରେ ବିଭିନ୍ନ ପରୀକ୍ଷଣ କରାଯାଇ ଜରୁରୀ ପରିସ୍ଥିତିର ମୁକାବିଲା ନିମିତ୍ତ ପ୍ରସ୍ତୁତ କରାଯାଉଛି । ପୂର୍ବରୁ ଦିନରେ ଯୁଦ୍ଧ ବିମାନର ଅବତରଣ କରଯାଇଥିଲା । ଆଗାମୀ ଦିନରେ ସୁଖୋଇ, ରାଫେଲ ଆଦି ଅତ୍ୟାଧୁନିକ ଲଢୁଆ ବିମାନର ପରୀକ୍ଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏସବୁ ପରୀକ୍ଷଣ ପରେ ଯୁଦ୍ଧ ବିମାନଗୁଡିକ ବିମାନବାହୀ ଯୁଦ୍ଧପୋତରେ ମୁତୟନ କରାଯିବ ।