ଆସିଗଲା ମାନ୍ଦି

ବର୍ଲିନ୍, ୨୫ା୫: ୨୦୨୩ରେ ଅଧିକାଂଶ ଦେଶ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବେ ବୋଲି ୨୦୨୨ରୁ ଚର୍ଚ୍ଚା ହୋଇଆସୁଥିଲା । ଅନେକ ଅନ୍ତର୍ରାଷ୍ଟ୍ରୀୟ ଏଜେନ୍ସି ଓ ବିଶ୍ଲେଷକ ଏହା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । ଇତି ମଧ୍ୟରେ ଖବର ଆସିଛି ଯେ ପୃଥିବୀର ଚତୁର୍ଥ ବୃହତ୍ତମ ତଥା ୟୁରୋପର ସର୍ବବୃହତ୍ ଅର୍ଥବ୍ୟବସ୍ଥା ଜର୍ମାନୀ ମାନ୍ଦାବସ୍ଥାର ପ୍ରଥମ ଶିକାର ହୋଇଛି । ଜର୍ମାନୀର ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଅର୍ଥ ବ୍ୟବସ୍ଥା ଓ ଆର୍ଥିକ ଅଭିବୃଦ୍ଧି ସମ୍ବନ୍ଧୀୟ ବିବରଣୀ ଜାରି କରିଛି । ସେଥିରେ ଦର୍ଶାଯାଇଛି ଯେ ୨୦୨୩ ମାର୍ଚ୍ଚ ତ୍ରିମାସ ମଧ୍ୟରେ ଜର୍ମାନୀର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୦.୩ ପ୍ରତିଶତ ହ୍ରାସ ଘଟିଛି । ତା’ପୂର୍ବରୁ ୨୦୨୨ର ଶେଷ ତ୍ରିମାସ (ଅକ୍ଟୋବର-ଡିସେମ୍ବର)ରେ ଜର୍ମାନୀର ଜିଡିପି ୦.୫ ପ୍ରତିଶତ କମିଥିଲା । ଅର୍ଥନୀତିଜ୍ଞମାନଙ୍କ ମତରେ ଯଦି କୌଣସି ଦେଶର ଅର୍ଥବ୍ୟବସ୍ଥା କ୍ରମାଗତ ଦୁଇ ତ୍ରିମାସ ମଧ୍ୟରେ ନିମ୍ନଗାମୀ ହୁଏ, ସେ କ୍ଷେତ୍ରରେ ସମ୍ପୃକ୍ତ ଦେଶ ଆର୍ଥିକ ମାନ୍ଦାବସ୍ଥାର ଶିକାର ହୋଇଛି ବୋଲି ଧରି ନିଆଯିବ । ପୂର୍ବୋକ୍ତ ପରିସଂଖ୍ୟାନ ଜର୍ମାନୀ ସରକାରଙ୍କ ପାଇଁ ବଡ ଝଟ୍କା ବୋଲି କୁହାଯାଉଛି । ଗତ ମାସରେହିଁ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ଆକଳନକୁ ଦୁଇଗୁଣ କରିଦେଇଥିଲେ । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଦେଶର ଅର୍ଥବ୍ୟବସ୍ଥା ୦.୪ପ୍ରତିଶତ ହାରରେ ବଢିବ । ଜାନୁଆରୀରେ ଏହା ୦.୨ ପ୍ରତିଶତ ହାରରେ ବଢିବା ଆକଳନ କରାଯାଇଥିଲା ।
ପୂର୍ବରୁ ଜର୍ମାନୀର କେନ୍ଦ୍ରୀୟ ଏଜେନ୍ସି ମାମୁଲି ମାନ୍ଦି (ମାନ୍ଦାବସ୍ଥା) ଆଶଙ୍କା ପ୍ରକାଶ କରିବା ସହ ମାର୍ଚ୍ଚ ତ୍ରିମାସରେ ଜିଡିପି ବୃଦ୍ଧି ହାର ଶୂନ୍ୟ ରହିବ ବୋଲି ସଙ୍କେତ ଦେଇଥିଲା । କିନ୍ତୁ ପରେ ପରିବର୍ତ୍ତିତ ପରିସ୍ଥିତିରେ ଜିଡିପିର ଆକାର କମିଯାଇଛି ।
ଜର୍ମାନୀ ଭଳି ସମୃଦ୍ଧ ରାଷ୍ଟ୍ର ମାନ୍ଦିର ଶିକାର ହେବା ଖବର ଆସିବା ପରେ ଗୁରୁବାର ୟୁରୋ ମୂଲ୍ୟ ଦ୍ରୁତ ବେଗରେ କମିଯାଇଛି ଏବଂ ତା’ସହିତ ଡଲାର ମୂଲ୍ୟ ୨ମାସର ଶିଖରରେ ପହଞ୍ଚôଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *