ଶହେ କୋଟିର ମାନହାନି ମାମଲା
ଜୁଲାଇ ୧ଠରେ ହାଜର ପାଇଁ ଖଡ଼ଗେଙ୍କୁ ସମନ୍
ସଙ୍ଗରୁର, ୨୫ା୫: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ହିନ୍ଦୁବାଦୀ ସଂଗଠନ ବଜରଙ୍ଗ ଦଳ ହିନ୍ଦ୍ର ରାଷ୍ଟ୍ରୀୟ ସଂସ୍ଥାପକ ହିତେଶ ଭରଦ୍ୱାଜ ସ୍ଥାନୀୟ ଅଦାଲତରେ ମାନହାନି ମାମଲା ରୁଜୁ କରିବା ସହ ତାଙ୍କ ଠାରୁ୧ଠଠ କୋଟି ୧ଠ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ଆତଙ୍କବାଦୀ ସଂଗଠନ ସହ ତୁଳନା କରିଥିବା ଦର୍ଶାଇ ଶ୍ରୀ ଭରଦ୍ୱାଜ ଏହି ମାମଲା ରୁଜୁ କରିଛନ୍ତି । କୋର୍ଟ ଖଡ଼ଗେଙ୍କୁ ଜୁଲାଇ ୧ଠ ତାରିଖ ଦିନ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଆଦେଶ ଦେଇଛନ୍ତି । ସମନରେ ଏକଥା ମଧ୍ୟ ଲେଖାଯାଇଛି ଯେ ଖଡ଼ଗେ ଯଦି ସେଦିନ କୋର୍ଟରେ ହାଜର ନ ହେବେ ତାଙ୍କ ଅନୁପସ୍ଥିତିରେ କୋର୍ଟ ଅଭିଯୋଗକାରୀଙ୍କ ପକ୍ଷ ଶୁଣିବେ ।