ସ୍ତ୍ରୀର ମୁଣ୍ଡଗଣ୍ଡି ଅଲଗା କଲା ସ୍ୱାମୀ
ପାରଳାଖେମୁଣ୍ଡି, ୨୫ା୫: ସ୍ତ୍ରୀର ମୁଣ୍ଡଗଣ୍ଡି ଅଲଗା କରିଦେଇଛି ସ୍ୱାମୀ । ବିଲ ମଝିରେ ସ୍ତ୍ରୀକୁ ହତ୍ୟା କରି କଟାମୁଣ୍ଡ ଧରି ଘରକୁ ଫେ ରିଛି ଜହ୍ଲାଦ ସ୍ୱାମୀ । ଏଭଳି ଅଭାବନୀୟ ଅପରାଧିକ କାଣ୍ଡ ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗାଁରେ । ମୃତ ମହିଳା ଜଣଙ୍କ ହେଲେ ଉର୍ମିଳା କାର୍ଜି । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ପାରିବାରିକ କଳହରୁ ଏଭଳି ଭୟଙ୍କର ସ୍ଥିତି ଉପୁଜିଥିବା ସୂଚନା ମିଳିଛି । ଗୁରୁବାର ସକାଳେ ସ୍ୱାମୀ ଚନ୍ଦ୍ରଶେଖର ଓ ସ୍ତ୍ରୀ ଊର୍ମିଳା ବଗଡକୁ ·ଷ କାମ କରିବାକୁ ଯାଇଥିଲେ । ବିଲରେ କାମ କରୁଥିବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା କ୍ରମେ ଉଗ୍ରରୂପ ନେଲା । ଚନ୍ଦ୍ରଶେଖର କ୍ରୋଧଜର୍ଜର ହୋଇ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣିଦେଲା । ଏତିକିରେ ଚନ୍ଦ୍ରଶେଖରର ରାଗ ଶାନ୍ତ ହୋଇ ନ ଥିଲା । ସେ ସ୍ତ୍ରୀର ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ଦେଇଥିଲା ଏବଂ କଟାମୁଣ୍ଡକୁ ଆଣି ନିଜ ଘର ଦୁଆରବନ୍ଧରେ ଥୋଇ ଦେଇଥିଲା । ଗ୍ରାମବାସୀ ଏହା ଦେଖି ଅ ।ଶ୍ଚର୍ଯ୍ୟ ହେବା ସହ ପୁଲିସ୍କୁ ଖବର ଦେଇଥିଲେ ।
ଉଭୟଙ୍କ ବିବାହ ୪ ବର୍ଷ ପୂର୍ବେ ହୋଇଥିଲା । ଊର୍ମିଳା ତା’ର ଦ୍ୱିତୀୟ ସ୍ତ୍ରୀ । ପ୍ରତିଦିନ କିଛି ନା କିଛି କାରଣରୁ ଝଗଡା ଲାଗିରହୁଥିଲା । ଏବେ ଶେଷରେ ବିଲ ମଝିରେ ଚନ୍ଦ୍ରଶେଖର ସ୍ତ୍ରୀର ମୁଣ୍ଡ କାଟି ଦେଲା ।