ହୁ’ର ଚେତାବନୀ ଭୟଙ୍କର ମହାମାରୀ

ପାଇଁ ପ୍ରସ୍ତୁତ ରୁହ
ଜିନିଭା, ୨୪ା୫: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କରୋନା ପରେ ଆଉ ଏକ ମହାମାରୀ ସମ୍ବନ୍ଧରେ ଚେତାବନୀ ଜାରି କରାଯାଇଛି । ହୁ’ର ଗଭର୍ଣ୍ଣର ଜେନେରାଲ ଟେଡ୍ରୋସ୍ ଏଡନମ୍ ଘେବ୍ରେୟସସ୍ କହିଛନ୍ତି, ବିଶ୍ୱବାସୀ ପରବର୍ତ୍ତୀ ପାଣ୍ଡେମିକ୍ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ତାହା କରୋନା ଠାରୁ ମଧ୍ୟ ଅଧିକ ଘାତକ ହେବ । ସ୍ୱିଜରଲାଣ୍ଡର ଜିନିଭା ଠାରେ ଅନୁଷ୍ଠିତ ୭୬ତମ ବଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ହୁ’ ପକ୍ଷରୁ ଏକ ରିପୋର୍ଟ ଉପସ୍ଥାପନ କରାଯାଇଛି ।ଏହି ଅବସରରେ ଟେଡ୍ରୋସ୍ କହିଛନ୍ତି, ଯଦିଓ କରୋନା ଆଉ ଗ୍ଲୋବାଲ୍ ଇମର୍ଜେନ୍ସି ହୋଇ ରହିନାହିଁ, ତା’ର ଅର୍ଥ ନୁହେଁ ଯେ କରୋନାଜନିତ ବିପଦ ପୂରାପୂରି ଟଳି ଯାଇଛି । କୋଭିଡ୍-୧୯ର ନୂଆ ଭାରିଏଣ୍ଟ ଯେକୌଣସି ସମୟରେ ଆସିପାରେ । ଏମିତି ବି ହୋଇପାରେ, ଏକ ନୂଆ ମହାମାରୀ ଆସିବ ଯାହା କରୋନା ଠାରୁ ଅଧିକ ମାରାତ୍ମକ ହେବ । ତେଣୁ ଆମେ ସମସ୍ତେ ସେଥିପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ସମ୍ମିଳନୀରେ ଟେଡ୍ରୋସ୍ କହିଥିଲେ, କରୋନା ଆସିବା ବେଳେ ମୁକାବିଲା ପାଇଁ ଆମେ କେହି ହେଲେ ପ୍ରସ୍ତୁତ ନ ଥିଲୁ । କିନ୍ତୁ ଦ୍ୱିତୀୟ ମହାମାରୀ ନିଶ୍ଚୟ ଆସିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *