‘ପିଏମ୍ ମୋଦି ବସ୍’

ସିଡ୍ନୀରେ ମୋଦିଙ୍କ ମେଗା ଶୋ’
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା
ସିଡ୍ନୀ, ୨୩ା୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅଷ୍ଟ୍ରେଲିଆର ସିଡ୍ନୀଠାରେ ୨୦ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କୁ ଉଦ୍ବୋଧନ ଦେଇଛନ୍ତି । ଏହି ସମାରୋହରେ ଯୋଗ ଦେଇ ମୋଦିଙ୍କୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକେ ସ୍ୱତନ୍ତ୍ର ବିମାନ ଯୋଗେ ଆସିଥିଲେ । ଏପରିକି ଗୋଟିଏ ଫ୍ଲାଇଟ୍ର ନାମ ମୋଦି ଏୟାରୱେଜ୍ ରଖାଯାଇଥିଲା । ଲୋକଙ୍କ କ୍ରେଜ୍ ବା ମୋଦି ମାନିଆ ଦେଖି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବାନିସ ବିହ୍ୱଳ ହୋଇ କହିଥିଲେ, ମୋଦି ହେଉଛନ୍ତି ବସ୍ । ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ କିମ୍ବଦନ୍ତୀ ରକ୍ଷ୍ଟାର୍ ବ୍ରୁସ୍ ସ୍ପ୍ରିଙ୍ଗ୍ଷ୍ଟେନ୍ଙ୍କ ସହ ତୁଳନା କରିବା ସହ କହିଥିଲେ ସିଡ୍ନୀରେ କୌଣସି ବ୍ୟକ୍ତିଙ୍କୁ ଏଭଳି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ନ ଥିଲା ।
ପ୍ରଧାନମନ୍ତ୍ରୀ ଆଲବାନିସ ମଙ୍ଗଳବାର ମୋଦିଙ୍କ ସହ ମତ ବିନିମୟ କରିଛନ୍ତି । ବିଦ୍ୟାର୍ଥୀ, ଗବେଷକ, ବିଭିନ୍ନ ପେଶାଦାର ଗୋଷ୍ଠୀ ଓ ବ୍ୟବସାୟୀଙ୍କୁ ନେଇ ଗଠିତ ପ୍ରବାସୀ ଭାରତୀୟଙ୍କ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲୀୟ ମନ୍ତ୍ରୀ, ସାଂସଦ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ବିପୁଳ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।
ଅନେକ ଭାରତୀୟ ବସବାସ କରୁଥିବା ପଶ୍ଚିମ ସିଡନୀର ପାରାମାଟାର ହ୍ୟାରିସ ପାର୍କରେ ନିର୍ମିତ ‘ଲିଟିଲ ଇଣ୍ଡିଆ ପ୍ରବେଶ ଦ୍ୱାର’ର ନିର୍ମାଣ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ ‘ପାରସ୍ପରିକ ଆସ୍ଥା ଓ ସମ୍ମାନ’ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ନିବିଡ଼ ସମ୍ପର୍କର ମୂଳପିଣ୍ଡ ବୋଲି କହିଥିଲେ । ଅଷ୍ଟ୍ରେଲିଆରେ ଭାରତୀୟମାନଙ୍କ ସଫଳତା ଓ ଅବଦାନକୁ ସେ ପ୍ରଶଂସା କରିବା ସହ ସେମାନେ ଭାରତର ସାଂସ୍କୃତିକ ରାଷ୍ଟ୍ରଦୂତ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ସଫଳତା ଉପରେ ରେଖାପାତ କରିବା ସହ ଭାରତର ସଫଳତାର କାହାଣୀ ନେଇ ସାରା ପୃଥିବୀ ଜାଣିବାକୁ ଇଚ୍ଛୁକ ବୋଲି କହିିବା ସହ ବ୍ରିସବେନରେ ଭାରତ ଭାରତୀୟ ବାଣିଜ୍ୟ ଦୂତାବାସ ଖୋଲିବ ବୋଲି ଘୋଷଣା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *