ପରିବାରର ୪ ଜଣଙ୍କୁ ହତ୍ୟା

ଜମି ବିବାଦ ନେଇ କାକାର ନାରକୀୟ କାଣ୍ଡ
ବରଗଡ,୨୩ା୫ (ଆପ୍ର): ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗ୍ରାମରେ ଏକ ଲୋମହର୍ଷକ ହତ୍ୟାକାଣ୍ଡ ଘଟିଯାଇଛି । ପାଇଖାନା ଜାଗାକୁ ନେଇ ଗଣ୍ଡଗୋଳ ଲାଗିରହିଥିବା ବେଳେ ଅଭିଯୁକ୍ତ କାକା ତା’ର ପୁତୁରା ସମେତ ପୁତୁରାବୋହୂ ଓ ତାଙ୍କର ଦୁଇଜଣ ନାବାଳକ ପୁଅ-ଝିଅଙ୍କୁ ହତ୍ୟା କରିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଶିବ ବାଗ୍ ଭଟ୍ଲି ଥାନାରେ ଆତ୍ମସମର୍ପଣ କରିଛି । ମୃତକମାନେ ହେଲେ- ଗୁରୁଦେବ ବାଗ୍ (୫୫), ତାଙ୍କ ସ୍ତ୍ରୀ ଶିବାଙ୍ଗୀ (୪୮), ପୁଅ ଚୂଡ଼ାମଣି ଓ ଝିଅ ଶ୍ରାବଣୀ (୧୫) ।
ବହୁଦିନ ହେଲା କାକା ଓ ପୁତୁରା ମଧ୍ୟରେ ଜମିବାଡ଼ି ନେଇ ଗଣ୍ଡଗୋଳ ଲାଗି ରହିଥିଲା । ଘର ଭିତରେ ତିଆରି ହୋଇଥିବା ଏକ ପାଇଖାନାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଶେଷରେ ଉଗ୍ରରୂପ ନେଲା । ସମାଧାନ ପାଇଁ ୱାର୍ଡ ମେମ୍ବର ଓ ଗ୍ରାମବାସୀ ସଭାରେ ଉଦ୍ୟମ କରିଥିଲେ । ମାତ୍ର ଗ୍ରାମସଭାରେ ସମାଧାନ ନ ହେବାରୁ ସେମାନେ ଥାନାକୁ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର କୌଣସି ପକ୍ଷ ଥାନାକୁ ନଯାଇ ଘର ଭିତରେ ଗଣ୍ଡଗୋଳ କରିଥିଲେ ।
ଅଭିଯୁକ୍ତ କାକା ଶିବ ବାଗ୍ ସୋମବାର ଲୁହା ଶାବଳରେ ଜଣ ଜଣ କରି ୪ ଜଣଙ୍କୁ ମାରି ଗୋଟେ ଘର ଭିତରେ ଫିଙ୍ଗିଦେଇ କବାଟ ବନ୍ଦ କରିଦେଇଥିଲା । ମଙ୍ଗଳବାର ସକାଳୁ ଅଭିଯୁକ୍ତ ଶିବ ୱାର୍ଡ ମେମ୍ବରଙ୍କୁ ଘଟଣା ବିଷୟରେ ଜଣାଇଥିଲା । ପରେ ପରେ ଗ୍ରାମବାସୀ ଭଟଲି ଥାନାକୁ ଖବର ଦେଇଥିଲେ । ଭଟଲି ପୁଲିସ ସହିତ ଅତିରିକ୍ତ ଏସ୍ପି, ବରଗଡ଼ ଏସ୍ଡିପିଓ ଓ ଭଟଲି ତହସିଲଦାର ଡଗ୍ ସ୍କ୍ୱାଡ୍ ପହଞ୍ଚô ତଦନ୍ତ କରିଛନ୍ତି । ହତ୍ୟାକାଣ୍ଡରେ ଶିବ ବାଗ ଏକା ସମ୍ପୃକ୍ତ ନା ଅନ୍ୟ କେହି ଅଛନ୍ତି ପୁଲିସ୍ ଅନୁସନ୍ଧାନ ପରେ ଜଣାପଡିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *