ଦଖଲକାରୀ-ପୁଲିସ୍ ଖଣ୍ଡଯୁଦ୍ଧ
ଛୋଟରାୟପୁର ମିନି ଷ୍ଟାଡିୟମ୍ ଜବରଦଖଲ ଉଚ୍ଛେଦ
କୋରେଇ, ୨୩ା୫(ଆପ୍ର): କୋରେଇ ବ୍ଲକ୍ ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମରେ ନିର୍ମାଣାଧୀନ ମିନି ଷ୍ଟାଡିୟମରେ ଜବରଦଖଲ ହୋଇଥିବା କିଛି ସ୍ଥାନକୁ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ତୁମୁଳ ଗଣ୍ଡଗୋଳ ହୋଇଛି ।
ଉଚ୍ଛେଦ ପାଇଁ ଅଧିକାରୀମାନେ ପହଞ୍ଚôବା ପରେ ଜବରଦଖଲକାରୀ ପରିବାର ପକ୍ଷରୁ ଅଧିକାରୀମାନଙ୍କୁ ତୀବ୍ର ବିରୋଧ କରାଯାଇଥିଲା । ପରେ ଶଙ୍କର ଦେହୁରୀ, ପ୍ରଶାନ୍ତ ଦେହୁରୀ, ନାରାୟଣ ଦେହୁରୀ, ରବୀନ୍ଦ୍ର ଦେହୁରୀ, ସୁବାସି ଦେହୁରୀ, ସର ଦେହୁରୀ ପ୍ରମୁଖ ପୁଲିସକୁ ଆକ୍ରମଣ କରିବା ସହିତ ଉଚ୍ଛେଦ ପାଇଁ ଆସିଥିବା ଜେସିବିର କାଚକୁ ଟେକାପଥର ପକାଇ ଭାଙ୍ଗିଥିଲେ । ଏପରିକି ୪ ଜଣ ପୁଲିସ୍ କର୍ମଚାରୀଙ୍କୁ କାମୁଡି ଟେକାପଥର ଫୋପାଡି ଥିଲେ । ୨ଜଣ ମହିଳା ପୁଲିସ୍ କର୍ମଚାରୀଙ୍କୁ ମଧ୍ୟ ସେମାନେ ଅସଦାଚରଣ କରିଥିଲେ ।
ଏନେଇ ବ୍ୟାସନଗର ତହସିଲଦାର ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୧୧୨/୨୩ରେ ଏକ ମାମଲା ରୁଜୁ କରି ମୋଟ୍ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିିଛି ।
୨୦୧୯ ମସିହାରୁ ଉକ୍ତ ଜମିରେ ମିନି ଷ୍ଟାଡିୟମ କାମ ଆରମ୍ଭ ହୋଇଥିବା ବେଳେ ଉକ୍ତ ଜମିର କେତେକାଂଶ ଜବରଦଖଲ ଥିବାରୁ ଉଚ୍ଚେଦ ପାଇଁ ମାପଚୁପ୍ କରିବାକୁ ବ୍ୟାସନଗର ତହସିଲ ପକ୍ଷରୁ କୋରେଇ ବିଡିଓ ଏବଂ ଧନେଶ୍ୱର ଆର୍ଆଇଙ୍କୁ ଜିଲ୍ଲାପାଳ ସ୍ୱ
ନିଦେ୍ର୍ଦଶ ଦେଇଥିଲେ । ଏନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଟୁଡୁ କହିଛନ୍ତି ଯେ, ଜମିର ପଟ୍ଟା କ୍ରୀଡ଼ା ବିଭାଗ ନାଁରେ ରହିଛି ତେଣୁ ଉକ୍ତ ସ୍ଥାନରେ ଷ୍ଟାଡିୟମ ନିର୍ମାଣ କାମ ଆଗେଇ ନେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି ।
ଛୋଟରାୟପୁର ମୌଜାର ଖାତା ନମ୍ବର- ୫୭୧ରେ ଥିବା ୪ଟି ପ୍ଲଟ୍ (୨୧୯୭, ୨୧୯୮, ୫୩୯, ୫୩୮)ରେ ଥିବା ୪.୪୫ ଏକର ଜମିରେ ମାପଚୁପ କରାଯାଇଥିଲା । ପ୍ଲଟ୍ ନମ୍ବର ୫୩୮ ଏବଂ ୫୩୯ରେ ଛୋଟରାୟପୁର ଗ୍ରାମର ଶଙ୍କର ଦେହୁରୀ ଏବଂ ଚନ୍ଦ୍ରମଣି ଦେହୁରୀ ଦୀର୍ଘ ୭ ବର୍ଷ ଧରି ଜବରଦଖଲ କରି ରହିଥିଲେ ।
ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ, ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ, ପାଣିକୋଇଲି ଥାନାଧିକାରୀ ଚିନ୍ମୟୀ ବେହେରାଙ୍କ ସମେତ ଧନେଶ୍ୱର ରାଜସ୍ୱ ନିରୀକ୍ଷକ ପ୍ରିୟଙ୍କା ନାୟକ, କର୍ମଚାରୀ ଧନେଶ୍ୱର ସାହୁ ପ୍ରମୁଖ ଛୋଟରାୟପୁର ଷ୍ଟାଡିୟମରେ ପହଞ୍ଚô ମାପ୍ଚୁପ କରିଥିଲେ ।