ବଢ଼ିପାରେ ସମୟସୀମା

୨ ହଜାରିଆ ନୋଟ୍ ବଦଳ
ନୂଆଦିଲ୍ଲୀ, ୨୩ା୫: ଭାରତୀୟ ରିଜର୍ଭ ବ୍ୟାଙ୍କର ନିଦେ୍ର୍ଦଶ ଅନୁଯାୟୀ ମଙ୍ଗଳବାର ଠାରୁ ବିଭିନ୍ନ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ଓ ଜମା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ବ୍ୟାଙ୍କ ମାନଙ୍କରେ ବିଶେଷ ଗହଳି ହୋଇନାହିଁ । ଦିଲ୍ଲୀର କେତେକ ବ୍ୟାଙ୍କ ଶାଖାରେ କର୍ମଚାରୀମାନେ ଗ୍ରାହକଙ୍କୁ ପରିଚୟପତ୍ର ଦାଖଲ ସହ କେବଳ ଏକାଉଣ୍ଟରେ ଟଙ୍କା ଜମା କରିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ବ୍ୟାଙ୍କ ପକ୍ଷରୁ ଏହି ନୋଟ୍ର ରିଭର୍ସ ଫ୍ଲୋ’ ମ୍ୟାନେଜ୍ କରିବା ଉଦ୍ୟମ ହେଉଛି । ରିଜର୍ଭ ବ୍ୟାଙ୍କ ସବୁ ବ୍ୟାଙ୍କକୁ ଏକ୍ସଚେଞ୍ଜ ପାଇଁ ଜମା କରାଯାଇଥିବା ନୋଟ୍ ଓ ତାହାର ମୂଲ୍ୟକୁ ଦୈନିକ ରେକର୍ଡରେ ଭିନ୍ନ ଭିନ୍ନ ଭାବେ ଲେଖି ରଖିବା ପାଇଁ ନିଦେ୍ର୍ଦଶ ଦେଇଛି । ୨୦୦୦ ଟଙ୍କିଆ ନୋଟ୍ ଗୁଡ଼ିକୁ ପ୍ରଚଳନରୁ ବାହାର କରିଦେବା ଉଦେ୍ଦଶ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି । ନୋଟ୍ ବଦଳର ଶେଷ ତାରିଖ ସେପ୍ଟେମ୍ବର ୩୦ ନିର୍ଦ୍ଧାରିତ ହୋଇଥିଲେହେଁ ତା’ପରେ ଏହି ସମୟସୀମା ବଢ଼ିପାରେ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର ସୂଚନା ଦେଇଥିଲେ । ତେବେ ବ୍ୟାଙ୍କକୁ ଫେରି ଆସିବାକୁ ଥିବା ନୋଟ୍ ସଂଖ୍ୟା ଆଧାରରେ ସମୟସୀମା ବୃଦ୍ଧି ନିଷ୍ପତ୍ତି ନିଆଯିବ ।
ବ୍ୟାଙ୍କ ଅଫ୍ ବରୋଦାର ଏକ ରିସର୍ଚ ନୋଟ୍ ଅନୁଯାୟୀ ଯଦି ୨୦୦୦ ଟଙ୍କିଆ ନୋଟ୍ ଗୁଡ଼ିକର ୫୦ ପ୍ରତିଶତ ବିଭିନ୍ନ ବ୍ୟାଙ୍କରେ ଜମା କରି ଦିଆଯାଏ, ଜମା ରାଶିରେ ୧.୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *